ଦିଲ୍ଲୀ ସ୍ଥିତ କଂଗ୍ରେସ ଦଳର ରାଷ୍ଟ୍ରୀୟ କାର୍ଯ୍ୟାଳୟ ଇନ୍ଦିରା ଭବନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି(CWC) ବୈଠକ

👇समाचार सुनने के लिए यहां क्लिक करें

(ସିଧାସମ୍ବାଦ)ଦିଲ୍ଲୀ ସ୍ଥିତ କଂଗ୍ରେସ ଦଳର ରାଷ୍ଟ୍ରୀୟ କାର୍ଯ୍ୟାଳୟ ଇନ୍ଦିରା ଭବନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି(CWC) ବୈଠକ ଚାଲିଛି । ବୈଠକରେ ଆଗାମୀ ବର୍ଷ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହିତ ୟୁପିଏ ଯୁଗର ଏମଜିଏନଆରଇଜିଏ ଗ୍ରାମୀଣ ଚାକିରି ଗ୍ୟାରେଣ୍ଟି ଆଇନକୁ ବଦଳା ଯାଇଥିବା “ଜି ରାମ ଜି” ଆଇନ ବିରୁଦ୍ଧରେ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ପାଇଁ ବୈଠକ ଚାଲିଥିବା ସୂଚନା ମିଳିଛି । ବୈଠକରେ କଂଗ୍ରେସର ଉଚ୍ଚ ପଦଧିକାରୀଙ୍କ ସମେତ , ସାଂସଦ ଓ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି ।

ବିହାର ନିର୍ବାଚନ ପରାଜୟ ପରେ ଆଜି ପ୍ରଥମଥର ପାଇଁ  କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ବୈଠକ ବସିଛି । ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଶଶୀ ତରୁର, ରାଜୀବ ଶୁକ୍ଲା,ଭୂପେସ ବଘେଲ,   ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି, ସୁଖବିନ୍ଦର ସିଂ ସୁଖୁ, ସିଦ୍ଧରମୟା ପ୍ରମୁଖ ଯୋଗ ଦେଇଛନ୍ତି । ବୈଠକରେ  ଜି ରାମ ଜି ଆଇନ ବିରୁଦ୍ଧରେ ଜନ ସମର୍ଥନ ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଧ୍ୟାନ ଦେବାକୁ ବୈଠକରେ ଆଲୋଚନା ହେବାର ସୂଚନା ରହିଛି । ସଂସଦର ଶୀତକାଳୀନ ଅଧିବେଶନରେ ୟୁପିଏ ସରକାରଙ୍କ ଦ୍ଵାରା ଆରମ୍ଭ “ଏମଜିଏନଆରଇଜିଏ” (ମନରେଗା)ର ନାମ ପରିବର୍ତ୍ତନ କଂଗ୍ରେସକୁ ବ୍ୟଥିତ କରିଛି । ଯାହାକୁ ୟୁପିଏ ସରକାରଙ୍କ ଐତିହ୍ୟର କ୍ଷୟ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ଭାବରେ କଂଗ୍ରେସ ଦର୍ଶାଇଛି । ଏହା ସହ ବୈଠକରେ ଆରାବଳୀ ପର୍ବତ ପ୍ରସଙ୍ଗରେ ମଧ୍ୟ ଆନ୍ଦୋଳନ କରିବା ପାଇଁ ଆଲୋଚନା ହେଉଥିବା ସୂଚନା ରହୁଛି ।

Sidha Sambad
Author: Sidha Sambad

Leave a Comment

और पढ़ें