ପ୍ରଦୂଷଣ ଜୋରିମାନା ହ୍ରାସ ଉଦ୍ୟମକୁ ଝଟ୍‌କା i

👇समाचार सुनने के लिए यहां क्लिक करें

ଭୁବନେଶ୍ବର .(ସିଧାସମ୍ବାଦ’) ୧୨/୦୧ ; ଯାନବାହନ ଗୁଡିକ ଲାଗି ଜିଜିଆ କର ଭଳି ବିପୁଳ ଜୋରିମାନାକୁ ନେଇ ଜନତାଙ୍କ ଆକ୍ରୋଶ ଚରମ ସୀମାରେ ରହିଛି।ନୂତନ ମୋଟର ଯାନ ଆଇନ ଅନୁଯାୟୀ, ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC Certificate) ନଥିଲେ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡୁଛି। ସାଧାରଣ ଲୋକଙ୍କ ପାଇଁ ଏହା ବହୁତ ଅଧିକ ହୋଇଥିବାରୁ, ରାଜ୍ୟ ପରିବହନ ମନ୍ତ୍ରୀ ଏହି ଜୋରିମାନା ରାଶିକୁ କମାଇବା ପାଇଁ ଏକ ପ୍ରସ୍ତାବ ଆଣିଥିଲେ ଏବଂ ଏହାର ଆଇନଗତ ଦିଗ ଯାଞ୍ଚ କରାଯାଉଥିଲା।ହାକୁ ହ୍ରାସ କରି ଜନ ଅସନ୍ତୋଷକୁ କମାଇବା ଲାଗି ପରିବହନ ବିଭାଗ ପକ୍ଷରୁ ଦୁଇ ଦିନ ତଳେ ଯେଉଁ ପ୍ରୟାସ କରାଯିବା ନେଇ ସୂଚନା ଦିଆଯାଇଥିଲା, ତାହାକୁ ଝଟ୍‌କା ଲାଗିଛି। ରାଷ୍ଟ୍ରପତିଙ୍କ ବିନା ଅନୁମୋଦନରେ କୌଣସି ରାଜ୍ୟ କେନ୍ଦ୍ର ମୋଟରଯାନ ଆଇନରେ ସଂଶୋଧନ କରିପାରିବେ ନାହିଁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ଜଣାଇ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବ ଏବଂ ପରିବହନ ଆୟୁକ୍ତଙ୍କୁ ପତ୍ର ଲେଖି ଦର୍ଶାଯାଇଛି, ଏକ ରାଜ୍ୟ କେନ୍ଦ୍ରୀୟ ମୋଟରଯାନ ଆଇନ ୨୦୧୯ରେ ସଂଶୋଧନ କରି ଧାର୍ଯ୍ୟ ଜୋରିମାନା ପରିମାଣକୁ ହ୍ରାସ କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଜରିଆରେ ଆଟର୍ଣ୍ଣି ଜେନେରାଲଙ୍କ ମତାମତ ଲୋଡ଼ା ଯାଇଥିଲା। ଆଟର୍ଣ୍ଣି ଜେନେରାଲ ନିଜ ମତରେ ଉଲ୍ଲେଖ କରିଛନ୍ତି, କେନ୍ଦ୍ରୀୟ ମୋଟରଯାନ ଆଇନ ସଂସଦ ଦ୍ବାରା ପ୍ରଣୟନ କରାଯାଇଛି। ରାଷ୍ଟ୍ରପତିଙ୍କ ବିନା ଅନୁମୋଦନରେ କୌଣସି ରାଜ୍ୟ ଏହି ଆଇନରେ ସଂଶୋଧନ କରି ଜୋରିମାନା ପରିମାଣ ହ୍ରାସ କରି ପାରିବେ ନାହିଁ। କେନ୍ଦ୍ର ସରକାର ଯେଉଁ ଆଇନ ଲାଗୁ କରୁଛନ୍ତି, ତାହାକୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ପାଇଁ ଜରୁରୀ ବୋଲି ମନ୍ତ୍ରଣାଳୟ କହିଛି।ଗତ ମାସରେ ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ପରିବହନ ବିଭାଗ କରିଥିବା ଘୋଷଣାରୁ ସୃଷ୍ଟ ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ। ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ପ୍ରଦୂଷଣ ଜୋରିମାନା ପରିମାଣ ହ୍ରାସ ପାଇଁ ସରକାର ବିଚାର କରୁଛନ୍ତି ବୋଲି ଗତ ୮ ତାରିଖ ରାତିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଘୋଷଣା କରିଥିଲେ। ବିଭାଗର ଦୂରଦୃଷ୍ଟି ଅଭାବକୁ ନେଇ ସୃଷ୍ଟି ହୋଇଥିବା ଜନ ଆକ୍ରୋଶକୁ ପ୍ରଶମିତ କରିବା ଲକ୍ଷ୍ୟରେ ଏହି ଘୋଷଣା କରାଯାଇଥିଲା। ତେବେ କେନ୍ଦ୍ର ପରିବହନ ମନ୍ତ୍ରାଳୟର ଏହି ଚିଠି ପରେ ରାଜ୍ୟ ପରିବହନ ବିଭାଗ ଏବେ ଅକଳରେ ପଡ଼ିଛି

Sidha Sambad
Author: Sidha Sambad

Leave a Comment

और पढ़ें