ଦିଲ୍ଲୀ ରାଜନୀତି ଏବଂ ଆମ ଆଦମୀ ପାର୍ଟି (AAP) ପାଇଁ ଏକ ଅତ୍ୟନ୍ତ ଭାବବିହ୍ୱଳ ମୁହୂର୍ତ୍ତ ଥିଲା। ଅବକାରୀ ଦୁର୍ନୀତି ମାମଲାରେ ଦୀର୍ଘ ସମୟର ଆଇନଗତ ଲଢ଼େଇ ପରେ ଅଦାଲତରୁ ଆଶ୍ୱସ୍ତି ମିଳିବା କେବଳ ଏକ ଆଇନଗତ ବିଜୟ ନୁହେଁ, ବରଂ ଦଳ ପାଇଁ ଏକ ବଡ଼ ନୈତିକ ବିଜୟ ବୋଲି ପ୍ରମାଣିତ ହୋଇଛି।

👇समाचार सुनने के लिए यहां क्लिक करें

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୨୩ ଜଣଙ୍କୁ ଦିଲ୍ଲୀର ଏକ ଅଦାଲତ ମୁକ୍ତ କରିଛି। ଅଦାଲତର ରାୟ ପରେ କେଜ୍ରିୱାଲ କହିଛନ୍ତି, ଆଜି ଅଦାଲତ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି। ଆମେ ସବୁବେଳେ କହିଥିଲୁ ଯେ ସତ୍ୟର ବିଜୟ । ଆମର ଭାରତୀୟ ଆଇନ ବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ଅମିତ ଶାହ ଏବଂ ମୋଦିଜୀ ମିଶି ଆପକୁ ସମାପ୍ତ କରିବା ପାଇଁ ସବୁଠାରୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଦଳର ୫ଜଣ ବଡ଼ ନେତାଙ୍କୁ ଜେଲରେ ପକାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଘରୁ ଟାଣି ଆଣି ଜେଲରେ ରଖାଯାଇଥିଲା। କେଜରିୱାଲ ଦୁର୍ନୀତିଗ୍ରସ୍ତ ନୁହଁନ୍ତି। ମୁଁ ମୋ ଜୀବନରେ କେବଳ ସଚ୍ଚୋଟତା ଅର୍ଜନ କରିଛି। ଆଜି ଅଦାଲତ କହିଛି ଯେ କେଜରିୱାଲ, ମନୀଷ ସିସୋଦିଆ ଏବଂ ଆପ ସଚ୍ଚୋଟ ବୋଲି ପ୍ରତିକ୍ରିୟା ରଖିବା ସହ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ଏହି ସମୟରେ ମନୀଷ ସିସୋଦିଆ ତାଙ୍କୁ ଆଶ୍ୱାସନା ଦେବା ସହ କୋଳେଇ ନେଉଥିବା ଦେଖା ଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें