ଆଜି ସୁନାଠୁ ଢେର ଅଧିକ ବଢିଲା ରୂପା I

👇समाचार सुनने के लिए यहां क्लिक करें

ନୂଆଦିଲ୍ଲୀ: ଯୁଦ୍ଧ ମଧ୍ୟରେ ଆଜି ପୁଣି ବଢିଲା ସୁନା ଦର। ଯଦି ଆଜି ଆପଣ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରିଛନ୍ତି, ତେବେ ଆଜିର ଦର ଉପରେ ଟିକେ ନଜର ପକାନ୍ତୁ । କାରଣ ଆଜି ଉଭୟ ସୁନା ଏବଂ ରୂପା ଦର ବୃଦ୍ଧି ଘଟିଛି।  ଆଜି ଭୁବନେଶ୍ଵରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୭୦୦ ଟଙ୍କା ବୃଦ୍ଧି ଘଟି  ୧ ଲକ୍ଷ ୬୨ ହଜାର ୩୮୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୬୧ ହଜାର ୬୮୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୬୫୦ ଟଙ୍କା ବୃଦ୍ଧି ଘଟି  ୧ ଲକ୍ଷ ୪୮ ହଜାର ୮୫୦ ହୋଇଛି। ଗତକାଲି ଦର ୧ ଲକ୍ଷ ୪୮ ହଜାର ୨୦୦ ଟଙ୍କା ଥିଲା।

ଅନ୍ୟପଟେ ରୂପା ଦର ଗତ ତିନି ଦିନ ଧରି ସ୍ଥିର ରହିଥିବାବେଳେ ଆଜି ବୃଦ୍ଧି ହୋଇଛି।  ଆଜି ରୂପା ଦର ୧୦ ହଜାର ଟଙ୍କା ବୃଦ୍ଧି ଘଟି ୩ ଲକ୍ଷ ଟଙ୍କା ହୋଇଛି। ଗତକାଲି ଦର ୨ ଲକ୍ଷ ୯୦ ହଜାର ଟଙ୍କା ରହିଥିଲା। ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Sidha Sambad
Author: Sidha Sambad

Leave a Comment

और पढ़ें