ଆସିଲା ଜିଓର ସବୁଠାରୁ ଶସ୍ତା ପ୍ଲାନ୍: ୨୦୦ ଟଙ୍କାରେ ୩୦ GB ହାଇ-ସ୍ପିଡ୍ ଡାଟା ସହ ଅନଲିମିଟେଡ୍ କଲିଂ!

👇समाचार सुनने के लिए यहां क्लिक करें

ଭୁବନେଶ୍ୱର : ଦେଶର ନମ୍ବର ୱାନ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ (Reliance Jio) ନିଜର କୋଟି କୋଟି ଗ୍ରାହକଙ୍କୁ ଏକ ବଡ଼ ଖୁସିର ଖବର ଦେଇଛି। ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ସବୁଠାରୁ ଶସ୍ତା ଏବଂ ସର୍ବୋତ୍ତମ ପ୍ଲାନ୍ ବଜାରକୁ ଛାଡ଼ିଛି। ଯଦି ଆପଣ ମଧ୍ୟ କମ୍ ବଜେଟ୍‌ରେ ଏକ ଭଲ ପ୍ଲାନ୍ ଖୋଜୁଛନ୍ତି, ତେବେ ଜିଓର ଏହି ନୂଆ ଅଫର ଆପଣଙ୍କ ପାଇଁ ସବୁଠାରୁ ବେଷ୍ଟ ହୋଇପାରେ। ମାତ୍ର ୨୦୦ ଟଙ୍କା ମଧ୍ୟରେ ଏହି ପ୍ଲାନ୍ ଗ୍ରାହକଙ୍କୁ ୨୮ ଦିନର ବୈଧତା ସହ ଅନେକ ସୁବିଧା ଯୋଗାଇ ଦେଉଛି।

 ଜିଓର ଏହି ପ୍ଲାନ୍‌ର ମୂଲ୍ୟ ୨୦୦ ଟଙ୍କାରୁ କମ୍ ରହିଥିବା ବେଳେ ଏହାର ବୈଧତା ପୁରା ୨୮ ଦିନ ରହିଛି। ଏହି ଅବଧି ମଧ୍ୟରେ ଗ୍ରାହକମାନେ ମୋଟ୍ ୩୦ ଜିବି (30 GB) ର ଉଚ୍ଚ ଗତି ସମ୍ପନ୍ନ ଇଣ୍ଟରନେଟ୍ ଡାଟା ପାଇପାରିବେ। ସବୁଠାରୁ ବଡ଼ କଥା ହେଉଛି, ଏଥିରେ ଦୈନିକ ଡାଟା ବ୍ୟବହାରର କୌଣସି ସୀମା ବା ଡେଲି ଲିମିଟ୍ ନାହିଁ। ଆପଣ ଚାହିଁଲେ ନିଜ ଇଚ୍ଛା ଅନୁସାରେ ଦିନକରେ ମଧ୍ୟ ଅଧିକ ଡାଟା ବ୍ୟବହାର କରିପାରିବେ।

ଡାଟା ବ୍ୟତୀତ ଏହି ସୁଲଭ ମୂଲ୍ୟର ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍ ଭଏସ୍ କଲିଂର ସୁବିଧା ମଧ୍ୟ ମିଳୁଛି। ଆପଣ ଭାରତର ଯେକୌଣସି ସ୍ଥାନକୁ ଏବଂ ଯେକୌଣସି ନେଟୱର୍କକୁ ସମ୍ପୂର୍ଣ୍ଣ ମାଗଣାରେ ଅସୀମିତ କଲ୍ କରିପାରିବେ। ଏହା ସହିତ ପ୍ରତିଦିନ ୧୦୦ଟି ମାଗଣା SMS ପଠାଇବାର ସୁବିଧା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

 ଜିଓର ଏହି ସ୍ପେଶାଲ୍ ପ୍ଲାନ୍ ରିଚାର୍ଜ କଲେ ଗ୍ରାହକଙ୍କୁ ଜିଓର ମନୋରଞ୍ଜନ ଆପ୍ସ ଯେପରିକି ଜିଓ ସିନେମା (JioCinema), ଜିଓ ଟିଭି (JioTV) ଏବଂ ଜିଓ କ୍ଲାଉଡ୍ (JioCloud) ର ମାଗଣା ସବସ୍କ୍ରିପସନ୍ ମିଳିବ। ଫଳରେ ଗ୍ରାହକମାନେ ବିନା କୌଣସି ଅତିରିକ୍ତ ଦେୟରେ ଚଳଚ୍ଚିତ୍ର ଏବଂ ଲାଇଭ୍ ଶୋ’ର ଆନନ୍ଦ ନେଇପାରିବେ। ମହଙ୍ଗା ମାସିକିଆ ରିଚାର୍ଜରୁ ରକ୍ଷା ପାଇବା ପାଇଁ ଜିଓର ଏହି ପଦକ୍ଷେପକୁ ୟୁଜର୍ସମାନେ ବେଶ୍ ପସନ୍ଦ କରୁଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें