ନୀଳଗିରି, ୨୫/୩(ସିଧାସମ୍ବାଦ); ନୀଳଗିରି ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାଡ଼ ଷ୍ଟେସନ ସାହି ପ୍ରାଥମିକ ବିଦ୍ୟାଳୟ ପାଇଖାନା ରୁ ଏକ ବିରଳ ପ୍ରଜାତିର ୬ ଫୁଟ ଲମ୍ବର ଏକ ନାଗ ସାପ ଉଦ୍ଧାର କରାଯାଇଛି | ସୂଚନା ମୁତାବକ ଆଜି ଅପରାହ୍ନ୍ନ ସମୟରେ ଦୁଇ ଗୋଟି ନାଗ ଉକ୍ତ ବିଦ୍ୟାଳୟ ପଛ ପାଖରେ ଥିବା ଡ୍ରେନ ରେ ଖେଳୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ | ସଂଗେସଂଗେ ନୀଳଗିରି ବନ ବିଭାଗ ଅଧିକାରିଣୀ ଆଇଶା ଆକ୍ତର ନିଶା ଙ୍କୁ ଖବର ଦେଇଥିଲେ ମଧ୍ୟ ସଠିକ ସମୟରେ ପହଞ୍ଚି ପାରିନଥିଲା |ସାପ ଧରାଳି ହରେକୃଷ୍ଣ ରାଉତ ବିଳମ୍ବରେ ପହଞ୍ଚି ଥିଲେ | ଡ୍ରେନ ଭିତରୁ ସାପ ଦ୍ୟୋୟ ବାହାରି, ସେଥିରୁ ଏକ ନାଗ ପାଇଖାନା ରେ ରହିଯାଇଥିଲା ବେଳେ ଅନ୍ୟ ସାପଟି ନିକଟ ଗ୍ରାମ ବାସୀଙ୍କ ବାଡ଼ି ଭିତରେ ପଶିଯାଇଥିଲା | ପରେ ପାଇଖାନା ରୁ ଗୋଟିଏ ସାପକୁ ଉଦ୍ଧାର କରାଯାଇ ନୀଳଗିରି ବନ ବିଭାଗ ଅଫିସ କୁ ଅଣାଯାଇ ଜିମା ଦିଆଯାଇଥିଲା | ପରେ ବନବିଭାଗ ପକ୍ଷରୁ ନୀଳଗିରି ସ୍ଵର୍ଣଚୂଡ଼ ପାଦ ଦେଶ ଜଙ୍ଗଲରେ ଉକ୍ତ ନାଗ କୁ ଛାଡି ଦିଆଯାଇଥିଲା |




