ଭାରତ ପେଟ୍ରୋଲିୟମ ପକ୍ଷରୁ ମେଗା ପୁରସ୍କାର ବିତରଣ।

👇समाचार सुनने के लिए यहां क्लिक करें

ଭାରତ ପେଟ୍ରୋଲିୟମ ପକ୍ଷରୁ ମେଗା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।ଭାରତ ପେଟ୍ରୋଲିୟମ ପକ୍ଷରୁ ଉଇଣ୍ଟର ମେଗା ପୁରସ୍କାର ପାଇଁ ଅଫର ଥିଲା।ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଧିନସ୍ଥ ଖଜୁରୀପଡା ଠାରେ ଥିବା ସାମନ୍ତରାୟ ପେଟ୍ରୋଲ ପମ୍ପ ପକ୍ଷରୁ ଗ୍ରାହକ ମାନଙ୍କୁ ଲକି କୁପନ ପ୍ରଦାନ କରାଯାଇଥିଲା।ଭାରତ ପେଟ୍ରୋଲିୟମ ପକ୍ଷରୁ ମେଗା ଲକି କୁପନ ଡ୍ର ହୋଇଯାଇଛି।ଏଥିରେ ସାମନ୍ତରାୟ ପେଟ୍ରୋଲ ପମ୍ପରୁ ତେଲ ପକାଇଥିବା ୬ଜଣ ଗ୍ରାହକ ଲକି କୁପନ ବିଜେତା ହୋଇଛନ୍ତି।ପ୍ରଥମ ବିଜେତାଙ୍କୁ ହିରୋ ଏଷ୍ଟ୍ରୀମ ୧୨୫ସିସି ବାଇକ ପ୍ରଦାନ କରାଯାଇଥିବା ଅନ୍ୟ ୫ଜଣ ବିଜେତାକୁ ପୁରସ୍କାର ପ୍ରଦାନ କରାଯାଇଛି।ସାମନ୍ତରାୟ ପେଟ୍ରୋଲ ପମ୍ପ ଠାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ ରାଉତରାୟସମ୍ମାନିତ ଅତିଥି ଭାବରେ ନିରାକାରପୁର ପୂର୍ବତନ ସରପଞ୍ଚ ହୃଷିକେଶ ରାଉତରାୟ ସମାଜସେବୀ ପ୍ରତାପ କୁମାର ସ୍ୱାଇଁ ପ୍ରମୁଖ ପହଞ୍ଚି ସମସ୍ତ ୬ଜଣ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।ସାମନ୍ତରାୟ ପେଟ୍ରୋଲ ପମ୍ପ ପକ୍ଷରୁ ଏଭଳି ଲକି କୁପନ ଡ୍ର କାର୍ଯ୍ୟକ୍ରମ କରି ଗ୍ରାହକ ମାନଙ୍କୁ ସେବା ଯୋଗାଇ ଦେବା ସହିତ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି।

Sidha Sambad
Author: Sidha Sambad

Leave a Comment

और पढ़ें