ନୀଳଗିରି, ୨୫/୩(ସିଧାସମ୍ବାଦ); ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର କୋଳିଗଡ଼ି ଗ୍ରାମରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ହିନ୍ଦୁ ପରିଷଦର ଧର୍ମ ପ୍ରସାର ବିଭାଗର ଜିଲ୍ଲା ସ୍ତରୀୟ ୧୦୮ ହନୁମାନ ଚାଳିଶା ପାରାୟଣ, ନାମ ଯଜ୍ଞ, ଦୀପ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞର ମୂଳ ଲକ୍ଷ ବିଶ୍ଵ ତଥା ଭାରତ ବର୍ଷର ସନାତନି ହିନ୍ଦୁ ଏକଜୁଟ ହୋଇ କିଭଳି ଭାବରେ ଭାରତ ବର୍ଷକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଓ ଗୋ ମାତାର ରକ୍ଷା କରାଯିବ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଥମେ ଭକ୍ତ ମାନେ କଳସ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମଣ କରିଥିଲେ । ପରେ ଯଜ୍ଞ ସହ ୧୦୮ ହନୁମାନ ଚାଳିଶା ପାଠ କରା ଯାଇଥିଲା । ଜିଲ୍ଲା ସ୍ତରରୁ ଆସିଥିବା ବିଶ୍ଵ ହିନ୍ଦୁ ପରିଷଦର ପ୍ରମୁଖ ମାନେ ପୃଥକ୍ ପୃଥକ୍ ଭାବେ ଭାରତ ବର୍ଷକୁ ହିନ୍ଦୁ ରାଷ୍ଟ୍ର ଓ ଗୋ ମାତାର ରକ୍ଷା ପାଇଁ ଅଭିଭାଷଣ ମାନ ରଖିଥିଲେ । ଜିଲ୍ଲା ସନ୍ଥ ପ୍ରମୁଖ ଦେବେନ୍ଦ୍ର ଗିରି ମହାରାଜ ଜି, ପ୍ରାନ୍ତ ସନ୍ଥ ସହ ପ୍ରମୁଖ ଶ୍ରୀଯୁକ୍ତ ବଳଭଦ୍ର ଶତପଥୀ, ପ୍ରାନ୍ତ ନିଧି ପ୍ରମୁଖ ସଂଗ୍ରାମ କେଶରୀ ପତି, ପ୍ରାନ୍ତ ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ, ଜିଲ୍ଲା ସାଙ୍ଗଠନିକ ମହାମନ୍ତ୍ରି ବିଜୟ କୁମାର ବାରିକ, ଜିଲ୍ଲା ପ୍ରମୁଖ କୁମୁଦ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ସହ ପ୍ରମୁଖ ମଣିଭଦ୍ର ମହାପାତ୍ର, ପ୍ରଦୀପ ପତି, ବାଲେଶ୍ଵର ନଗର ସଭାପତି ଉମେଶ ଖଣ୍ଡେଲୱାଲ୍, ବାଲେଶ୍ଵର ନଗର ସହ ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ, ନୀଳଗିରି ଅଖଣ୍ଡ ପ୍ରମୁଖ ପ୍ରିୟବ୍ରତ ରାଉତ୍, ନୀଳଗିରି ଅଖଣ୍ଡ ସହ ପ୍ରମୁଖ ସନାତନ ବେହେରା, ଔପଦା ପ୍ରଖଣ୍ଡ ପ୍ରମୁଖ ମହେଶ୍ୱର ମାଝି, ବାହାନଗା ପ୍ରଖଣ୍ଡ ପ୍ରମୁଖ ଖଗପତି ଜେନା, କାଣ୍ଡଗରଡି ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ରାଉତ୍, ରେମୁଣା ବ୍ଲକ ସତସଙ୍ଗ ପ୍ରମୁଖ ବଳରାମ ଜେନା, ପ୍ରଶାନ୍ତ କୁମାର ବେହେରା, କୈଳାଶ ରାଉତ୍, ଲକ୍ଷ୍ମୀଧର ବାରିକ, ଲକ୍ଷ୍ମୀଧର ରାଉଳ, ଅଜିତ୍ କୁମାର ପାଣିଗ୍ରାହୀ, ସମାଜ ସେବୀ ଟୁନୁ ପଟ୍ଟନାୟକ, କାଳିଆ ମହାରଣା, ବସନ୍ତ ରାଉତ୍, ବୃନ୍ଦାବନ ବାରିକ, ବାଉଁଶବଣିଆ ପଞ୍ଚାୟତର ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।




