ଦୁଇ ଦିବସୀୟ ପଞ୍ଚାୟତ ସ୍ତରୀୟ ବାଥୁଡ଼ି ସାଂସ୍କୃତିକ ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ |

👇समाचार सुनने के लिए यहां क्लिक करें

ନୀଳଗିରି ବ୍ଳକ ତେନ୍ତୁଳିଆ ପଞ୍ଚାୟତ ଚରଗଡ଼ି ଖେଳ ପଡ଼ିଆରେ ବାଥୁଡ଼ି ସମ୍ପ୍ରଦାୟ ଜନ ଜାତିର ଅଧିବାସୀ ଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ଦୁଇ ଦିବସୀୟ ସାଂସ୍କୃତିକ ସମାବେଶ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରଥମ ଦିବସରେ ବାଥୁଡ଼ି ଜାତୀୟ ମହାପାତ୍ର ଅଠର ଦେଉଳର ମହା ପୂଜକ ନିରଞ୍ଜନ ଦାସ ମହାପାତ୍ର ଙ୍କ ଦ୍ୱାରା ମହାପ୍ରଭୁ ବଡ଼ାମ ଙ୍କ ପୂଜାର୍ଚନା କରାଯାଇଥିଲା | ଅପରାହ୍ନ ରେ ବିଭିନ୍ନ ପ୍ରାନ୍ତର ରୁ ଆସିଥିବା ବଡ଼ାମ ପ୍ରେମୀ, ନିମନ୍ତ୍ରିତ ଅତିଥି ଏବଂ ବାଥୁଡ଼ି ସମ୍ପ୍ରଦାୟ ର ଭାଇ ଭଉଣୀ ମାନଙ୍କୁ ହଳଦୀ ପାଣିରେ ଗୋଡ଼ଧୋଇବା ପରେ ବନ୍ଦାପନା ସହିତ ସ୍ୱାଗତ କରାଯାଇ ଥିଲା |ଯାହା ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା | ପରେ ଆସନରେ ଅଳଙ୍କୃତ କରାଯାଇଥିଲା | ପରେ ପରେ ନିମନ୍ତ୍ରିତ ଅତିଥିଙ୍କ ପରିଚୟ ପ୍ରଦାନ କରାଯାଇଥିଲା |
ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ରାଧାକୃଷ୍ଣ ରାଉତ ସଭାପତିତ୍ୱ କରିଥିଲେ | ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ, ସ୍ୱତନ୍ତ୍ର ଅତିଥି ଭାବେ ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ଯୋଗ ଦେଇ ସଭାକାର୍ଯ୍ୟ କୁ ଶୁଭାରମ୍ଭ କରିଥିଲେ | ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସଦର ତହସିଲଦାର ଶ୍ରୀଯୁକ୍ତ ଅଶ୍ୱିନ କୁମାର ନାୟକ,
ଫକୀରମୋହନ ୟୁନିଭରସିଟି ଜୋଲୋଜି ଡ଼ିପାର୍ଟ ମେଣ୍ଟ ର
ପ୍ରଫେସର ଅରୁଣ କୁମାର ନାୟକ,
କମିଟିର ସମ୍ପାଦକ ରତିକାନ୍ତ ନାୟକ, ଯୁଗ୍ମ ସମ୍ପାଦକ ଭାବେ ଶିକ୍ଷକ ତଥା ଶିକ୍ଷାବିତ ସନ୍ତୋଷ ବାଗ ସିଂ, ଉପଦେଷ୍ଠା ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ମଢେଇ ମଞ୍ଚସିନା ଥାଇ ବାଥୁଡ଼ି ସମ୍ପ୍ରଦାୟ ର ଥିବା ଅଧିବାସୀ ମାନଙ୍କ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ | ରତିକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିବା ବେଳେ,ଅବସର ପ୍ରାପ୍ତ କୃଷି ବିଭାଗ ଅଧିକାରୀ ତଥା ବାଥୁଡ଼ି ସମ୍ପ୍ରଦାୟ ଜିଲ୍ଲା ସଭାପତି ନିରଞ୍ଜନ ମଢେଇ, ଶିକ୍ଷାବିତ ମହେନ୍ଦ୍ର ବିଶ୍ୱାଳ, ବାଥୁଡ଼ି ସମ୍ପ୍ରଦାୟ ର ଜିଲ୍ଲା କୋଷାଧ୍ୟକ୍ଷ ଶିକ୍ଷାବିତ ରତିକାନ୍ତ ନାୟକ, ଉପଦେଷ୍ଠା ଅଜୟ କୁମାର ମଢେଇ, ମଞ୍ଚସିନ ଥାଇ ବାଥୁଡ଼ି ସମ୍ପ୍ରଦାୟ କରିଆସୁଥିବା ପରମ୍ପରାକୁ ଉଦ୍ଜୀବିତ କରିବା ଏକ ପ୍ରୟାସ ବୋଲି ନିଜ ନିଜର ମତବ୍ୟକ୍ତ କରିଥିଲେ | ଅନ୍ୟତମ ନିମନ୍ତ୍ରିତ ଅତିଥି ଭାବେ ଯଶୋଦା ନାୟକ, କୃତିବାସ ବେହେରା, ଉଦଳା ବ୍ଳକ ଚେୟାର ମ୍ୟାନ ପ୍ରତିନିଧି ଶତ୍ରୁଘ୍ନ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ଥାଇ ନିଜ ର ଅଭିଭାଷଣ ଦେଇଥିଲେ | ପାରମ୍ପରିକ ଚାଙ୍ଗୁ ବାଜା ର ତାଳେ ତାଳେ ନୃତ୍ୟ ପରିବେଷଣ କରାଯାଇଥିଲା | ତେବେ ଏହି ପରମ୍ପରକୁ ଉଜ୍ଜୀବିତ କରିବା ସହିତ ଆଗାମୀ ପିଢ଼ି କିଭଳି ଭାବେ ଉକ୍ତ ପରମ୍ପରା ସହିତ ଜଡିତ ହୋଇ ରହିବେ ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ପ୍ରଥମ ଥର ଏଭଳି ଆୟୋଜନ କରାଯାଇଥିବା କଥା ସଭାପତି କହିଛନ୍ତି | ଶେଷରେ
ସଦର ତହସିଲଦାର ଶ୍ରୀଯୁକ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥାଇ ପରିଚାଳନା ରେ ସହଯୋଗ କରିଥିଲେ | ଆଖ ପାଖ ଅଞ୍ଚଳରୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଉକ୍ତ ସମ୍ପ୍ରଦାୟ ର ଅଧିବାସୀ ଉପସ୍ଥିତ ଥିଲେ | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Sidha Sambad
Author: Sidha Sambad

Leave a Comment

और पढ़ें