ଭାଜପା କର୍ମୀଙ୍କ ଅକାଳ ବିୟୋଗ | ଅଞ୍ଚଳରେ ଶୋକର ଛାୟା |

👇समाचार सुनने के लिए यहां क्लिक करें

ନୀଳଗିରି, ୨୭/୩(ସିଧାସମ୍ବାଦ); ନୀଳଗିରି ବ୍ଳକ ସଜନାଗଡ଼ ପଞ୍ଚାୟତ ତେଣ୍ଡା ଗ୍ରାମର ସୁକୁରା ସିଂ (୫୦)ଙ୍କ ଗତକାଲି ତେଣ୍ଡା ଗ୍ରାମ ବାସ ଭବନରେ ରାତି ପ୍ରାୟ ୮, ୩୦ମିନିଟ ସମୟରେ ଅକାଳ ବିୟୋଗ ହୋଇଯାଇଛି | ମୃତ୍ୟୁ ଶଯ୍ୟା ପାଖରେ ଧର୍ମ ପତ୍ନୀ ଓ ଏକମାତ୍ର ପୁତ୍ର ଉପସ୍ଥିତ ଥିଲେ | ସେ ଗତ ଦୁଇ ବର୍ଷ ଧରି ହାର୍ଟ ଓ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ସରକାରୀ ମେଡ଼ିକାଲ ରେ ଚିକିତ୍ସିତ ହେଉଥିଲେ | ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି | ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ | ସ୍ଥାନୀୟ ସରପଞ୍ଚ
ପ୍ରଦୀପ ଖାଲପାଳିଆ, ସମିତି ସଭ୍ୟା ଶାନ୍ତି ସିଂ, ୱାଡ଼ ସଭ୍ୟ କାଳୀ ଚରଣ ସିଂ,ସ୍ଥାନୀୟ ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଜିତ ରଣାସିଆ, ରଶ୍ମିତା ଖଣ୍ଡେଇ, ୱାଡ଼ ସଭ୍ୟ ସନାତନ ସିଂ, ସମାଜ ସେବୀ ବିଜୟ ବେହେରା, ଅଜୟ ରାଉତ, ସନା ସିଂ ପ୍ରମୁଖ ଉପସ୍ଥିତ ରହି ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଅନ୍ତେଷ୍ଟି କ୍ରିୟା ସହାୟତା ରାଶି ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଥିଲେ | ସେ ବହୁଦିନ ଧରି ନୀଳଗିରି ବିଜେପି ଦଳରେ ଜଣେ ଆଗ ଧାଡ଼ିର ସକ୍ରିୟ କର୍ମୀ ଓ ଦକ୍ଷ ସଂଗଠକ ଥିଲେ | ପାର୍ଥିବ ଶରୀର ଶେଷ କୃତ୍ୟ ଗ୍ରାମ ମଶାଣିରେ
ସମ୍ପନ୍ନ କରାଯାଇଥିବା ବେଳେ ୧୧ ବର୍ଷର ଏକ ମାତ୍ର ପୁତ୍ର ମୁଖାଗ୍ନି ଦେଇଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें