ବୋଲଗଡ (ସିଧା ସମ୍ବାଦ)ବୋଲଗଡ ବ୍ଲକ ଆରିକମା ଉଚ୍ଚ ବିଦ୍ୟାଳୟ ଠାରେ ସାଧାରଣ ଜ୍ଞାନ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଠଣାପଲ୍ଲୀ ମିଳିତ ଯୁବକ ସଂଘର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏଭଳି ନିଆରା ପ୍ରତିଯୋଗିତା କରାଯାଇଛି.ସମ୍ପାଦକ ଭାଗିରଥି ଦାସ ସଂଯୋଜନା କରିଥିଲେ.ମୁଖଶାଳା ସମ୍ପାଦକ ବଂଶୀଧର ପଣ୍ଡା ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ହୋତା ଅତିଥି ଭାବରେ ଯୋଗଦେଇଥିଲେ. ସାଧାରଣ ଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କର ବୌଦ୍ଧିକ ଜ୍ଞାନ ବୃଦ୍ଧି କରିଥାଏ.ଏହା ସାମାଜିକ ଚଳଣି ରେ ସହାୟକ ହୋଇଥାଏ.. ଆକାଶ ବାଣୀ କଟକ କେନ୍ଦ୍ର ର ସଂଯୋଜକ କୁଇଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ.ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ. ଶେଷରେ ପ୍ରଧାନ ଶିକ୍ଷକ ବନମାଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ.




