ନୀଳଗିରିରୁ ଶାଳିଆ ପତନି ଉଦ୍ଧାର |

👇समाचार सुनने के लिए यहां क्लिक करें

ନୀଳଗିରି, ୨୮/୩(ସିଧାସମ୍ବାଦ): ନୀଳଗିରି ସହରରୁ ଆଜି ଏକ ଶାଳିଆ ପତନି ଉଦ୍ଧାର କରାଯାଇଛି। ଏନ୍‌ଏସିର ୫ନଂ ୱାର୍ଡ଼ ଅଧୀନ ପୋଇସାହି ଅଞ୍ଚଳରେ ଥିବା କେନାଲରେ ଏହି ଜୀବଟି ପଶି ଯାଇଥୁଲା I ସ୍ଥାନୀୟ ଲୋଳେ ତାକୁ ଉଦ୍ଧାର କରି ଏକ ଜାଲରେ ଧରି ରଖିଥିଲେ । ପରେ ନୀଳଗିରି ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା I ରେଞ୍ଜ ଅଧିକାରୀ ଆଇସା ଅକ୍ତର ନିଶାଙ୍କ ନିର୍ଦ୍ଦେଶରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ଏହି ଜାତିର ବିରଳ ଜୀବ ଦେଖିବାକୁ ମିଳିଥାଏ। ଯାହା ଖାଦ୍ୟ ଅନ୍ଵେଷଣରେ କୁଲଡିହା ଜଙ୍ଗଲର ଶାଳିଆ ପତନିଟି ଖସି ଆସି ନୀଳଗିରି ସହର ପହଞ୍ଚି ଯାଇଥିବା କୁହାଯାଉଛି।

Sidha Sambad
Author: Sidha Sambad

Leave a Comment

और पढ़ें