ନୀଳଗିରି -୨୯/୩(ସିଧାସମ୍ବାଦ);
ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସି ଜଣେ ପର୍ଯ୍ୟଟକ ନିଖୋଜ ହୋଇଥିବା ବେଳେ ଆଜି ତାଙ୍କ ସଂଧାନ ମିଳିଛି। ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ନୂଆଗାଁ ଥାନା ଗୌଡଚଞ୍ଚରାପାଲି ଅଞ୍ଚଳର ଚରଣ ବେହେରା (୬୫) ନିଜ ପରିବାର ସହ ଗୁରୁବାର ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସିଥିଲେ। ତେବେ ଅନ୍ୟ ପର୍ଯ୍ୟଟକ ବାବାଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ଚରଣ ଅସୁସ୍ଥଥିବାରୁ ବସ ନିକଟରେ ରହିଥିଲେ।ଅନ୍ୟାନ୍ୟ ଶ୍ରଦ୍ଧାଳୁ ଦର୍ଶନସାରି ଅପରାହ୍ନ ପ୍ରାୟ ୪ଟା ସମୟରେ ଫେରିବାପରେ ଚରଣକୁ ନପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନଥିଲେ। ଶେଷରେ ନୀଳଗିରି ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଚରଣର ସନ୍ଧାନ ମିଳିନଥିଲା। ତେବେ ଆଜି (ଶନିବାର) ସନ୍ଧ୍ୟା ସମୟରେ ବୃଦ୍ଧ ପର୍ଯ୍ୟଟକ ଜଣକ ପାଟପୁର ବାଉଁଶବଣିଆ ନିକଟରେ କିଛି ଲୋକ ବୃଦ୍ଧଙ୍କୁ ପାଇ ସମାଜସେବୀ ତଥା ପରିବେଶବିତ୍ ମନୋରଞ୍ଜନ ଦାସ ଏବଂ ପରିବାରଙ୍କ ହେପାଜତରେ ଦେଇଥିଲେ। ତେବେ ବୃଦ୍ଧଜଣକ ବାହାରକୁ ଝାଡା ଯାଇଥିବା ସମୟରେ ବାଟ ହୁଡି ଯାଇଥିବା କହିଛନ୍ତି।




