ବାଇକ଼୍ ରେ ଆସିଲେ ମୋବାଇଲ୍‌ ଓ ଟଙ୍କା ଲୁଟିନେଲେ ।

👇समाचार सुनने के लिए यहां क्लिक करें

ନୀଳଗିରି, ୨୯/୩(ସିଧା ସମ୍ବାଦ), ନୀଳଗିରେ ଏବେ ନିଶାଡ଼ିଙ୍କ ଉତ୍ପାତ ବଢିବାରେ ଲାଗିଛି। ଏମାନଙ୍କୁ ରୋକିବାରେ ବିଫଳ ହେଉଛି ନୀଳଗିରି ପ୍ରଶାସନ। ଏପରି ଘଟଣା ଦେଖିବାକୁ ମିଳିଛି ପଞ୍ଚଲିଙ୍ଗେଶ୍ଵର ସନ୍ତରାଗଡ଼ିଆ ରାସ୍ତାରେ ।ଘଟଣାରୁ ପ୍ରକାଶ ନୀଳଗିରି ଥାନା ଅନ୍ତର୍ଗତ ଡାଲିଙ୍ଗିଆ ଗ୍ରାମର ରଞ୍ଜନ ବେହେରା (୪୦),୨୮ ତାରିଖ ଦିନ ରାଉଳଖୁଣ୍ଟା ଗ୍ରାମରୁ ପକ୍କା କାମ ସାରି ସଂନ୍ଧ୍ୟା ପ୍ରାୟ ୬.୩୦ ମିନିଟ୍ ସମୟରେ ଅନ୍ଧାରିଆ ରାସ୍ତାରେ ସଇକେଲ ଯୋଗେ ମୋବାଇଲ୍‌ ଲାଇଟ୍ ଜଳାଇ ନିଜ ଘରକୁ ଆସୁଥିବା ବେଳେ ଗୋପ ଛକ ନିକଟସ୍ଥ ରାସ୍ତାରେ ୨ ଜଣ ବ୍ୟକ୍ତି ବାଇକ୍ ରେ ଆସି ରଞ୍ଜନଙ୍କ ଠାରୁ ମୋବାଇଲ ଓ ୫ ହଜାର ଟଙ୍କା ଲୁଟି ନେଇ ସନ୍ତରାଗଡ଼ିଆ ରାସ୍ତା ରେ ଛୁ ମାରିଥିଲେ। ଘଟଣା ବିଷୟରେ ରଞ୍ଜନ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତାରେ ୩ ଦିନ ହେବ ଲୁଟେରା ସକ୍ରିୟ ହୋଇଥିବା ବେଳେ ଲୁଟ କରୁଥିବା ଅଞ୍ଚଳ ବାସୀ ଙ୍କ ଠାରୁ ଶୁଣିବାକୁ ମିଳୁଛି। ଉକ୍ତ ରାସ୍ତାରେ ପୋଲିସ ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବୀ ହୋଇଛି ।

Sidha Sambad
Author: Sidha Sambad

Leave a Comment

और पढ़ें