ଆଭାସୀ ଅନ୍ତ୍ୟୋଦୟା ଗୃହ ଯୋଜନା ଶୁଭାରମ୍ଭ ଓ ଆଲୋଚନା ଚକ୍ର |

👇समाचार सुनने के लिए यहां क्लिक करें

ନୀଳଗିରି, ୩୦/୩(ସିଧାସମ୍ବାଦ); ଓଡିଶା ସରକାରଙ୍କର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନା କୁ ରାଜ୍ୟର ଭବାନୀ ପାଟଣା, କଳାହାଣ୍ଡି ଜିଲ୍ଲାରେ, ଉକ୍ତ ଯୋଜନାର ଶୁଭାରମ୍ଭ ଆଜି କରାଯାଉଥିବା ବେଳେ, ନୀଳଗିରି ବ୍ଳକ ର ଏହି ଯୋଜନାର ଶୁଭାରମ୍ଭ କରାଯାଇଛି | ଏହି ପରିପ୍ରେକ୍ଷୀରେ ନୀଳଗିରି ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଆଭାସୀ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ | ନୀଳଗିରି ବ୍ଳକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ଆଵାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ | ବିଶେଷ ଭାବେ ପ୍ରତି ଗରିବ ଲୋକଙ୍କ ଖଣ୍ଡିଏ ପକ୍କା ଘର ଆଶା ପୂରଣ ହେବା ସହିତ ଓଡିଶା ବିକଶିତ ହେବ ବୋଲି କୁହାଯାଉଥିବା ବେଳେ ଆସନ୍ତା ୫ ବର୍ଷ ଭିତରେ ବାକି ରହିଯାଇଥିବା ଯୋଗ୍ୟ ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ପକ୍କା ଘର ପାଇବେ ବୋଲି ସରକାରଙ୍କ ଦୁରଦୃଷ୍ଟି ରହିଛି | ଆଜି ଏହି କାର୍ଯ୍ୟକ୍ରମକୁ ନୀଳଗିରି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ ଆନୁଷ୍ଠାନିକ ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ୟୋଳନ କରି ଶୁଭାରମ୍ଭ କରିଥିଲେ | ପରେ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ |
୫ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ସହିତ ୪୦ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ପ୍ରୋତ୍ସାହନ ରାଶି ଦିଆଯାଇଥିଲା | ଅନ୍ୟ ଯୋଗ୍ୟ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଖାତାକୁ ପରବର୍ତ୍ତୀ ସମୟରେ ଟଙ୍କା ଆସିବ ସୂଚନା ମିଳିଛି | ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସାଂସଦ ପ୍ରତିନିଧି କରୁଣାକର ପଣ୍ଡା, ନୀଳଗିରି ବ୍ଳକ ବିଡ଼ିଓ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୋଥାଳ, ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ , ରଞ୍ଜିତା ସିଂ,
ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ଉପାଧ୍ୟାୟ, ପଞ୍ଚାୟତ ର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ, ବିଭାଗୀୟ ଅଧିକାରୀ, କୃତିବାସ ବେହେରା, ନୀଳଗିରି ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ପ୍ରମୁଖ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें