ନୀଳଗିରି ସବଡ଼ିଭିଜନାଲ ବାର୍ ଆସୋସିଏସନ ପକ୍ଷରୁ ସମ୍ବାଦ ଦାତ୍ତା ସମ୍ମିଳନୀ |

👇समाचार सुनने के लिए यहां क्लिक करें

ନୀଳଗିରି, ୩୦/୩(ସିଧାସମ୍ବାଦ); ନୀଳଗିରି ସବଡ଼ିଭିଜନାଲ ବାର୍ ଆସୋସିଏସନ ୨୫ ବର୍ଷ ରେ ପଦାର୍ପଣ କରିଛି | ଏହି ପରିପ୍ରେଖିରେ ଆଜି
ପୂର୍ବତନ ବିଧାୟକ, ବରିଷ୍ଠ ଆଇନଜୀବି ତଥା ବାର ଆସୋସିଏସନ ର ସଭାପତି ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତା ରେ ଏକ ସମ୍ବାଦ ଦାତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଭିନ୍ନ ଜନ ହିତକର କାର୍ଯ୍ୟ ପାଇଁ ନିଷ୍ପତ୍ତି ନିଆଯାଇଥିଲା | ବିଶେଷ ଭାବେ ଲୋକମାନେ ଆଇନ ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି | ସେଥିପାଇଁ
ପ୍ରତି ମାସ ଶେଷ ଶନିବାର ଦିନ ଲୋକମାନଙ୍କୁ ମାଗଣା ଆଇନ ସେବା ଯୋଗାଇବା, ବାର ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି, ନୀଳଗିରି ରାଜା ଶାସନ ସମୟରେ ଦେୱାନି ଫକୀର ମୋହନ ସେନାପତି ଙ୍କ ସମୟରେ ନିର୍ମାଣ କରାଯାଇଥିବା ବହୁପୁରାତନ ବାର କୁ ପୁନଃରୁଦ୍ଦାର କରାଯିବା ପ୍ରମୁଖ ୩ ଗୋଟି କାର୍ଯ୍ୟ ପାଇଁ ନିଷ୍ପତ୍ତି ନିଆଯାଇଛି | ଅନ୍ୟ ମାନଙ୍କ ମଧ୍ୟରେ
ଯୁଗ୍ମ ଉପସଭାପତି ଗୌରହରି ବେହେରା ଓ ଯତୀନ୍ଦ୍ର ନାୟକ,
ସମ୍ପାଦକ କିଶୋର କୁମାର ଦାସ, ସହସମ୍ପାଦକ ବିଘ୍ନେଶ୍ୱର ବାରିକ ଓ ସୁରେଶ ଚନ୍ଦ୍ର ବାରିକ, କାର୍ଯ୍ୟକାରୀ ସଦସ୍ୟ ଜୟନ୍ତ କୁମାର ସ, ପ୍ରଶାନ୍ତ କୁମାର ମଲ୍ଲିକ, ତନୟ ପାତ୍ର, ଶାନ୍ତିଲତା ମିଶ୍ର, ତନୁସ୍ମିତା ମଲ୍ଲିକ ଏବଂ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें