ବାରୁଣୀ ଦେଖିବାକୁ ଯାଇ ମୃତ୍ୟୁ ଅବସ୍ଥାରେ ଫେରିଲା ପୁଅ | ମୃତ୍ୟୁ ସନ୍ଦେହ ଘେରରେ |

👇समाचार सुनने के लिए यहां क्लिक करें

ନୀଳଗିରି,୩୦/୩ (ସିଧାସମ୍ବାଦ); ବାରୁଣୀ ଦେଖିବାକୁ ଯାଇ ଆଉ ଫେରିଲା ନାହିଁ ପୁଅ | ପରେ ସନ୍ଧ୍ୟା ସମୟରେ ବାରୁଣୀ ଘାଟ ନିକଟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳ ଢଉଢୁଆ ବାରୁଣୀ ଘାଟ ଅଞ୍ଚଳରେ | ଘଟଣା ରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ମହିଷାପଟ୍ଟା ପଞ୍ଚାୟତ କୁଆନାଳି ଗ୍ରାମର ସ୍ବର୍ଗତ କାର୍ତ୍ତିକ ବିଶ୍ୱାଳ ଙ୍କ ପୁଅ ଦିବାକର ବିଶ୍ୱାଳ (୨୫), ଟାଟା ପାୱାର କମ୍ପାନୀ ରେମୁଣା ଅଞ୍ଚଳରେ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି | ଗତ ୨୮ ତାରିଖ ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ
ଢଉଢୁଆ ବାରୁଣୀ ଦେଖିବା ପାଇଁ ମିତ୍ରପୁର ଅଞ୍ଚଳର ଅନ୍ୟ ଦୁଇ ସାଙ୍ଗ ସହିତ ଯାଇଥିଲେ | ମୟୂରଭଞ୍ଜ ଜିଲ୍ଲା ଭଞ୍ଜମାଟି ଗ୍ରାମର ଭିଣେଇ ସୁଧୀର ନାୟକ ଙ୍କ ଘରକୁ ଶାଳକ ଦିବାକର ଏବଂ ତାଙ୍କ ଅନ୍ୟ ଦୁଇ ସାଙ୍ଗ ଦ୍ୱିପ୍ରହର ସମୟରେ ପହଞ୍ଚି ଖିଆ ପିଆ ସାରିବା ପରେ ଢଉଢୁଆ ବାରୁଣୀ ଘାଟକୁ ଆସିବା ପରେ ଶଳା ଭିଣେଇ କୁଆଡେ଼ ଅନ୍ତର୍ଧ୍ୟାନ ହୋଇଯାଇଥିଲେ | କିଛି ସମୟ ପରେ ଶଳା ନଫେରି ଏକାକି ଭିଣେଇ ଆସିବାରୁ ଦିବାକର ର ଦୁଇ ସାଙ୍ଗ ଦିବାକର କୁଆଡେ଼ ଗଲେ ବୋଲି ପଚାରିବାରୁ ସେ ପରେ ଆସିବ , ତମେ ପଲେଇ ଯାଅ ବୋଲି କହିବାରୁ ସାଙ୍ଗମାନେ ଘରକୁ ପଲେଇ ଆସିଥିଲେ ଯାହା ସନ୍ଦେହ ଘେରକୁ ନେଇଛି | ସନ୍ଧ୍ୟା ପ୍ରାୟ ୭.୩୦ମିନିଟ ସମୟରେ ବାରୁଣୀ ଘାଟ ରୁ ପ୍ରାୟ ଏକ କିମି ଦୂର ଘଣ୍ଟଶିଳା ରାସ୍ତା ପାର୍ଶ୍ୱରୁ ଦିବାକର ପଡ଼ିଥିବାର ବାରୁଣୀ କମିତି ସଦସ୍ୟ ଦେଖିବାକୁ ପାଇଥିଲେ | ପରେ ଖୁଣ୍ଟା ପୋଲିସ କୁ ଖବର ଦେଇଥିଲେ | ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରିବା ପରେ ପ୍ରଥମେ ଖୁଣ୍ଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ଖୁଣ୍ଟା ଥାନା ପକ୍ଷରୁ ୧୨ / ୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବାରିପଦା ମେଡ଼ିକାଲ ରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରିଛି | ଅନ୍ୟ ଦିଗରେ କାହିଁକି ଏବଂ କଣ ପାଇଁ ତାଙ୍କର ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ସବୁ ଜଣା ପଡ଼ିବ ବୋଲି ଖୁଣ୍ଟା ପୋଲିସ ପ୍ରକାଶ କରିଛି | ତେବେ
ଦିବାକର ଗତ ୧୧ ମାସ ତଳେ ବିବାହ କରିଥିବା ବେଳେ ତାଙ୍କର କେହି ସନ୍ତାନ ସନ୍ତତି ନଥାଇ ତାଙ୍କ ସ୍ତ୍ରୀ ଏକାକି ହୋଇଥିବା ବେଳେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହୋଇଛି | ଭିଣେଇ ସହିତ ଦୁଇ ସାଙ୍ଗ କୁ ତଦନ୍ତ ପରିସରଭୁକ୍ତ କୁ ଆଣିଲେ ଘଟଣାର ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି |

Sidha Sambad
Author: Sidha Sambad

Leave a Comment

और पढ़ें