ଖୋର୍ଦ୍ଧା,ବେଗୁନିଆ ବ୍ଲକ ପୋଡ଼ା ଡିହ ପଞ୍ଚାୟତ ଅର୍ନ୍ତଗତ ଦିନିଆରୀ ଗ୍ରାମ ର ବାବା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠ ରେ ତିନି ଦିନ ଧରି ପଞ୍ଚ ଦଶ ବିଶ୍ଵଶାନ୍ତି ମହାଯଜ୍ଞ ଯଥାବିଧି ଅନୁଷ୍ଠିତ ହୋଇ ଯାଇଛି। ଏହି ଭକ୍ତିମୟ କାର୍ଯ୍ୟକ୍ରମରେ ଗ୍ରାମର ସହ ସହ ଯୁବକ ଓ ମହିଳା ମାନଙ୍କର ଯୋଗଦାନ ପୂର୍ବକ ତିନିଦିନ ଧରି ସଂକଳ୍ପ ରଖି କଳସ ଶୋଭାଯାତ୍ରା ମଧ୍ୟରେ ସିଂହ ବାଦ୍ୟ ସାଙ୍ଗକୁ ହରିବୋଲ ଓ ହୁଳ ହୁଳି ଶବ୍ଦରେ ଗ୍ରାମ୍ୟ ପରିବେଶ କୁ ଆହୁରି ଭାବମୟ କରିଥିଲା। ପ୍ରଥମ ଦିନରେ ସନ୍ଧ୍ୟାରେ ପାଲା ଓ ଦ୍ୱିତୀୟ ସନ୍ଧ୍ୟାରେ ରାମ ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମନ୍ଦିର ପରିବେଶ କୁ ଅନେକ ମାତ୍ରାରେ ଭକ୍ତିମୟ କରିଥିଲା। ସର୍ବଶେଷରେ ଯଜ୍ଞ୍ୟ ନାରାୟଣ ଙ୍କ ପୂର୍ଣ୍ଣାହୁତି କାର୍ଯକ୍ରମ ଆଚାର୍ଯ୍ୟ ଶ୍ରେଷ୍ଠ ଶ୍ରୀ ପିତବାସ ମିଶ୍ର ଓ ଅନ୍ୟ ପ୍ରମୁଖ ଆଚାର୍ଯ୍ୟ ମାନେ ଅତି ସୁନ୍ଦର ଭାବରେ ସମାପନ କରିଥିଲେ। ଆତସ ବାଜି ସାଙ୍ଗକୁ ନାମ ସଙ୍କୀର୍ତ୍ତନ ରେ ଯଜ୍ଞ ମଣ୍ଡପ ପ୍ରକମ୍ପିତ ହୋଇଥିଲା।ସମସ୍ତ ଭକ୍ତ ମାନେ ଯଜ୍ଞ ଆଳତି ଗ୍ରହଣ କରି ବିଶ୍ଵର ମଙ୍ଗଳ ନିମିତ୍ତ ପର୍ଥାନା କରିବା ସହ ଯଜ୍ଞ ଚରୁ ସହିତ ଅନ୍ନ ପ୍ରସାଦ ସେବନ କରିଥିଲେ।





