ନୀଳଗିରି, ୦୨/୦୪ :-(ସିଧାସମ୍ବାଦ);
୨୪ତମ ପାର୍ଟୀ କଂଗେସ ପାଇଁ ସିପିଆଇ (ଏମ)ଦଳ ତରଫରୁ ନୀଳଗିରି ରେ ବହୁ ସ୍ଥାନ ରେ ଲାଲ ପତାକା ଉତ୍ତୋଳନ କରାଯାଇଛି।
ସିପିଆଇ(ଏମ) ର ୨୪ ତମ ପାର୍ଟୀ କଂଗ୍ରେସ ତାମିଲନାଡୁ ର ମଦୁରାଇ ଠାରେ ୨୪ତାରିଖ ରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ । ସେଠାରେ ଦେଶର ପରିସ୍ଥିତି ଉପରେ
ଆଲୋଚନା ହୋଇ ଆଗାମୀ ଦିନରେ ଦଳ ତରଫରୁ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ଗ୍ରହଣ କରିବ।ମୋଦୀ ସରକାର କ୍ଷମତା କୁ ଆସିବା ପରେ ଦେଶର ଗରିବ, ଚାଷୀ, ଶ୍ରମିକ ମାନଙ୍କ ଉପରେ ଆକ୍ରମଣ ଚାଲିଛି । ଦେଶର ରାଷ୍ଟ୍ରୀୟ ସମ୍ପତ୍ତି କୁ କମ୍ପାନୀ ମାନଙ୍କୁ ବିକ୍ରି କରାଯାଇଛି ।ଦେଶର ସମ୍ବିଧାନ ସୁରକ୍ଷିତ ନୁହେଁ ।ଏହି ପରିପ୍ରେକ୍ଷୀରେ ନୀଳଗିରି ରେ ଦଳର କାର୍ଯ୍ୟାଳୟ ସମେତ ବହୁ ସ୍ଥାନ ରେ ଲାଲ ପତାକା ଉତ୍ତୋଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର, ଜ୍ୟୋତିର୍ମୟ ରାଉତ, ହେମେନ୍ଦ୍ର ସେଠୀ, ନରୋତ୍ତମ ମହାପାତ୍ର, ମୃତ୍ୟୁଞ୍ଜୟ ନାୟକ କାଳିଆ ପାତ୍ର, ଲକ୍ଷ୍ମୀଧର ସାହୁ, ଅମର ନାୟକ, ଉଗ୍ରସେନ ଦାସ ଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ।




