ବୋଲଗଡ (ସିଧା ସମ୍ବାଦ)ସରକାର ପ୍ରତ୍ୟେକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ କରିବାଓ ବାଲ ବାଟିକାରେ ରେ ଖଡ଼ି ଛୁଆଁ ଉତ୍ସବ କରିବା ପାଇଁ ନିର୍ଦେଶନାମା ଜାରି କରିଛନ୍ତି. ଏହି ପରିପ୍ରେକ୍ଷୀରେ ସମସ୍ତ ବିଦ୍ୟାଳୟ ରେ ଉତ୍ସବ ପାଳିତ ହୋଇଛି. ବୋଲଗଡ ବ୍ଲକ ଆରିକମା ପଂଚାୟତ ଶଙ୍କରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ବାସୁଦେବ ଦାସ ଙ୍କ ପୌରୋହିତ୍ୟରେ ଉତ୍ସବ ଅନୁଷ୍ଠିତ ହୋଇଛି. ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ରାଉତରାୟ ସମାଜସେବୀ ସୁଶାନ୍ତ ପାଇକରାୟ ନବକିଶୋର ଯତି ବହି ଅଜା ବଂଶୀଧର ପଣ୍ଡା ପରିଚାଳନା କମିଟି ସଭାପତି ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶିକ୍ଷୟତ୍ରୀ ବିଜୟଲଷ୍ମୀ ମହାପାତ୍ର.ଏହି ଅବସରରେ ବିଦ୍ୟାଳୟ ରୁ ୬୦ଜଣ ଛାତ୍ରଛାତ୍ରୀ ୮ମ ଶ୍ରେଣୀରୁ ୯ମ ଶ୍ରେଣୀକୁ ଉତୀର୍ଣ୍ଣ ହୋଇ ବିଦ୍ୟାଳୟ ପରିତ୍ୟାଗ କରିଛନ୍ତି. ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା.. ପରିଶେଷରେ ସହକାରୀ ଶିକ୍ଷକ ଅଞ୍ଜନ କୁମାର ଜୟସିଂ ଆଜି ଦିନରେ ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ




