ନୀଳଗିରି- ୧୦/୪(ସିଧାସମ୍ବାଦ);
କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଆଜି ସିପିଆଇ (ଏମ) ନୀଳଗିରି ଆଂଚଳିକ କମିଟି ତରଫରୁ ନୀଳଗିରି ଦୂର୍ଗାମଣ୍ଡପ ଛକରେ ନାରାୟଣ ଧମୁଡ଼ିଆଙ୍କ ସଭାପତିତ୍ବରେ ଏକ ପ୍ରତିବାଦସଭା ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତିକ ବଜାରରେ ତେଲଦର କମୁଥିବା ବେଳେ, କେନ୍ଦ୍ର ସରକାର ଭାରତରେ ଗ୍ୟାସଦର ବୃଦ୍ଧି କରିବା ଏକ ଲଜ୍ଜ୍ୟାକର ଘଟଣା । ବର୍ତ୍ତମାନ ଦେଶର ଲୋକମାନେ ପ୍ରତିକୂଳ ପରିସ୍ଥିତିରେ ଥିବାବେଳେ, ସରକାର ଦରବୃଦ୍ଧି କରିବା ଠିକ୍ ହୋଇ ନାହିଁ । ଏହାକୁ ଯାଥାଶୀଘ୍ର ପ୍ରତ୍ୟାହାର ପାଇଁ ଦଳ ତରଫରୁ ଦାବୀ କରାଯାଇଛି । ସମ୍ପାଦକ ମଣ୍ଡଳୀସଭ୍ଯ ବିଜୟ କୁମାର ପାତ୍ର ରାମନବମୀରେ ସରକାରଙ୍କ ତରଫରୁ ଲୋକଙ୍କୁ ଗ୍ୟାସ ଦର ବଢ଼ାଇବା ଉପହାର ବୋଲି ଉପହାସ କରିଥିଲେ ।ଜିଲ୍ଲାକମିଟି ସଭ୍ଯ ସତ୍ୟଜିତ ଦାସ, ମୃତ୍ୟୁଞ୍ଜୟ ନାୟକ, ହେମେନ୍ଦ୍ର ସେଠି, କାଳିଆ ପାତ୍ର, ପରମାନନ୍ଦ ବେହେରା, ଅଜୟ ମହାପାତ୍ର, ରବିନ୍ଦ୍ର ପାତ୍ର, ଭରତ ପାତ୍ର ଙ୍କ ସମେତ ବହୁ ସାଥୀ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି।



