ବିଜୁ ଶ୍ରାଦ୍ଧଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ।

👇समाचार सुनने के लिए यहां क्लिक करें

ନୀଳଗିରି,୧୦/୪(ସିଧାସମ୍ବାଦ);
ନୀଳଗିରି ବିଜୁ ଜନତାଦଳ ପକ୍ଷରୁ ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟ ପରିସରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ଅପ୍ରେଲ ୧୭ ତାରିଖରେ କିପରି ଜିଲ୍ଲାସ୍ତରରେ ଏହାକୁ ସୁଚାରୁରୂପେ ପାଳନ କରାଯିବା ସହ ନୀଳଗିରିରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ ସହ ତିଳତର୍ପଣ ହେବ ବୋଲି, ସେ ନେଇ ନିଷ୍ପତି ନିଆଯାଇଥିଲା।ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ,ରାଧାଗୋବିନ୍ଦ ଖଟୁଆ, ରବୀନ୍ଦ୍ର ପରିଡ଼ା ,ଅଚ୍ୟୁତ ପ୍ରଧାନ, ବୁଦ୍ଧଦେବ ସରକାର, ଗଙ୍ଗାଧର ମିଶ୍ର,ଉପେନ୍ଦ୍ର ଦାସ, ରାଜୀବ ଦାସବାବୁ,ବିନୋଦ ମହାନ୍ତି, ଶଶଧର ମହାପାତ୍ର,ଶଶଧର ବିଶ୍ବାଳ, ଭାଗବତ ଖିଲାର,ଶ୍ରୀକାନ୍ତ ପରିଡ଼ା ,ପୂର୍ଣ୍ଣଚନ୍ଦ୍ର ମହାନ୍ତି,ଦୀପକ ରଞ୍ଜନ ଦାସ,ରମାକାନ୍ତ ନାୟକ, ରମାକାନ୍ତ ମଲ୍ଲିକ,ସରୋଜ ପାତ୍ର ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें