ନୀଳଗିରି, ୧୧/୦୪(ସିଧାସମ୍ବାଦ);
ଜଣେ ୧୨ ବର୍ଷୀୟା ନାତୁଣୀର ଅଶ୍ଳୀଳ ଭିଡ଼ିଓ ପ୍ରଘଟ କରିବା ଅଭିଯୋଗରେ ସମ୍ପର୍କୀୟ ଅଜାକୁ ନୀଳଗିରି ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।ପ୍ରାପ୍ତ ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ଅଯୋଧ୍ୟା ଫାଣ୍ଡି ଅନ୍ତର୍ଗତ ବାଡ଼ିଆ ଗ୍ରାମର ନାରାୟଣ ଖମାରୀ ( ୫୦) ନାମକ ଜଣେ ସମ୍ପର୍କୀୟ ଅଜା ନାତୁଣୀ ସହ ବଳପୂର୍ବକ ଅଶ୍ଳୀଳ ଆଚରଣ କରିଥିଲେ। ବାରମ୍ବାର ଏଭଳି ଆଚରଣ କରିବା ସହ ଅଭିଯୁକ୍ତ ଜଣକ ନାବାଳିକାକୁ ମଧ୍ୟ ଧମକ ଚମକ ଦେଇ ଆସୁଥିଲା। ଏପରିକି ନାବାଳିକା ସହ ଦୁଷ୍କର୍ମ କରି ନିଜେ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରି ଦେଇଥିଲା। ଏହି ଖବର ଜାଣିବା ପରେ ନାବାଳିକାର ପରିବାର ନୀଳଗିରି ଥାନାରେ ଦ୍ବାରସ୍ଥ ହୋଇଥିଲେ। ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଡାକ୍ତର ମଇନା ପରେ ଆଇଟି ଓ ପୋକ୍ସ ଆକ୍ଟ ୧୨୯/୨୫ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସମ୍ପର୍କୀୟ ଅଜାକୁ କୋର୍ଟ ଚାଲାଣ କରାଯାଇଛି ।





