ନୀଳଗିରି,୧୧/୦୪(ସିଧାସମ୍ବାଦ);
ନୀଳଗିରି ବ୍ଲକ ଗରଡିହି ପଞ୍ଚାୟତ ଅନ୍ତର୍ଗତ ଚେକାମରା ଗାଁ ର ସିପିଆଇ (ଏମ) କର୍ମୀ କାଶୀନାଥ ସିଂ ଙ୍କ ଅକାଳ ବିୟୋଗରେ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି |ସିପିଆଇ(ଏମ) ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ଅନୁଷ୍ଠିତ ସଭାରେ ଗୋଲକ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ପାର୍ଟି ର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର, ଶ୍ରୀ ସିଂ ଙ୍କ ତ୍ୟାଗପୂର୍ଣ୍ଣ ଜୀବନ ଉପରେ ଆଲୋକପାତ କରିବା ସହିତ ସ୍ବର୍ଗତ କାଶୀନାଥ ସିଂ ଙ୍କ ମୃତ୍ୟୁ ପାର୍ଟୀ ପାଇଁ ଏକ ବଡ଼ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଆଗାମୀ ଦିନରେ ସେଭଳି କର୍ମୀ କେହି ନାହାଁନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କମିଟି ସଭ୍ଯ ସତ୍ୟଜିତ ଦାସ, ଜଗନ୍ନାଥ ସିଂ, ଲକ୍ଷ୍ମୀଧର ସାହୁ, ରାମଚନ୍ଦ୍ର ସିଂ, ଶ୍ୟାମ ସିଂ, ଲକ୍ଷ୍ମଣ ସ ଙ୍କ ସମେତ ବହୁ ସାଥୀ ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ରହି କାଶୀନାଥ ସିଂ ଙ୍କ ସ୍ମୃତିଚାରଣ କରିଥିଲେ।





