ନୀଳଗିରି, ୧୧/୪(ସିଧାସମ୍ବାଦ); ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଆୟୁଷ୍ମାନ ଭାରତ ଯୋଜନାର ଦେୟମୁକ୍ତ ଆୟୁଷ୍ମାନ କାର୍ଡ ରାଜ୍ୟରେ ବହୁ ସ୍ବାସ୍ଥ୍ୟ କେନ୍ଦ୍ରରେ ବଣ୍ଟନ କରାଯାଇଛି । କେନ୍ଦ୍ର ସରକାରଙ୍କ ଜନଆରୋଗ୍ୟ ଯୋଜନାର କେନ୍ଦ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡା ( ଜଗତ ପ୍ରସାଦ ନଡ୍ଡା )ଙ୍କ ଦ୍ଵାରା କଟକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରାପଡ଼ା ସାଂସଦ ବୈଜନ୍ତ ପଣ୍ଡା, କଟକର ସାଂସଦ ଭତୃହରି ମହତାବ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଙ୍କ ଉପସ୍ଥିତରେ ହିତାଦିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା।
ନୀଳଗିରି ଉପଖଣ୍ଡ ସନ୍ତରାଗଡ଼ିଆ ସ୍ଥିତ ସନ୍ତରାଗଡ଼ିଆ ପ୍ରାଥମିକ ଚିକିତ୍ସାଳୟରେ କାର୍ଡ ବଣ୍ଟନ କରାଯାଇଛି । ନୀଳଗିରି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ କରକମଳରେ ଉଦ୍ଘାଟନ ହୋଇଥିଲା । ଈଶ୍ୱରପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା, ଡାକ୍ତର କିଶୋର କୁମାର ପ୍ରଧାନ, ଡାକ୍ତର ବେବୀ ପ୍ରସନ୍ନ ପଣ୍ଡା, ସ୍ବାସ୍ଥ୍ୟ କର୍ମୀ ବେଣୁଧର ଜେନା, ଔଷଧ ବିତରଣ କାରିଣୀ ଓ ସ୍ଵାସ୍ଥ୍ୟ କର୍ମୀ ଶୁଭଶ୍ରୀ ଘଡେ଼ଇ, ସ୍ବାସ୍ଥ୍ୟ କର୍ମୀ ରଞ୍ଜନ ବେହେରା, ମହିଳା ସ୍ବାସ୍ଥ୍ୟ କର୍ମୀ ମିନର୍ଭା ଦାସ, ମହିଳା ସ୍ବାସ୍ଥ୍ୟ କର୍ମୀ ଶେଷ ଲେଖା ଦାସ, ଯୋଗ ଶିକ୍ଷୟିତ୍ରୀ ଏଲିନା ମିଶ୍ର, ଡ୍ରେଶର ବେଣୁଧର ସାମଲ, ସୁରକ୍ଷା କର୍ମୀ ଅନୁଜ କୁମାର ଦାସ, ଡାକ୍ତର ଖାନା ଝାଡୁଦାର ରାଧାକାନ୍ତ ପାଣିଗ୍ରାହୀ, ବ୍ଲକ୍ ସହ କାରିଣୀ ନିର୍ବାହୀ ମମତା ରାଣୀ ମହାନ୍ତ, ଏଲ୍ ଟି ଇତିଶ୍ରୀ ପଣ୍ଡା, ଶ୍ୟାମସୁନ୍ଦର ପୁର ପି. ଇ. ଓ. ସୁକାନ୍ତ ପ୍ରଧାନ, ଔପଦା ଜୁନ ୨ ର ଜିଲ୍ଲାପରିଷଦ ସଭ୍ୟା ଉଷା ରାଣୀ ରାଉଳ, କାଣ୍ଡଗରଡି ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ରାଉତ୍, ଈଶ୍ୱରପୁର ପଞ୍ଚାୟତର ସରପଞ୍ଚ ସୁଧାକର ମଲ୍ଲିକ, ଦକ୍ଷିଣ ନରସିଂହପୁରର ସମିତି ସଭ୍ୟା ପଦ୍ମଜା କାନୁନଗୋ, ବଳରାମ ବିଶ୍ଵାଳ , ପାଞ୍ଚଟି ପଞ୍ଚାୟତ ଅର୍ଥାତ୍ ଈଶ୍ୱରପୁର, କାଣ୍ଡଗରଡି, ଶ୍ୟାମସୁନ୍ଦରପୁର, ବାଉଁସବଣିଆ ଓ ଦକ୍ଷିଣ ନରସିଂହପୁରର ପଚାଶରୁ ଉର୍ଦ୍ଧ୍ବ ଆଶା କର୍ମୀ, ସମସ୍ତ ଅଙ୍ଗନବାଡ଼ି କର୍ମୀ, ସମସ୍ତ ଏସ ଏଚ ଜି ଗ୍ରୁପର ମହିଳା କର୍ମୀ ମାନେ ବହୁ ସହଯୋଗ କରିଥିଲେ। ଏଥିରେ ହାରାହାରି ଦୁଇ ହଜାରରୁ ଉର୍ଦ୍ଧ ଜନ ସାଧାରଣ ଉପସ୍ଥିତ ଥିଲେ। ବହୁ ଲୋକଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଗଲା ।





