ନୀଳଗିରି -୧୧/୪(ସିଧାସମ୍ବାଦ);
ବରହମପୁର ମିନିଷ୍ଟାଡିୟମ ଠାରେ ଗତ ପାଞ୍ଚଦିନ ଧରି ଅନୁଷ୍ଠିତ ହେଉଥିବା ସାଂସ୍କୃତିକ ମହୋତ୍ସବରେ ଏକ ଅନୋଖା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ମିଳିତ ନିଶାନିବାରଣ ଅଭିଯାନ “ମୋନା”ତରଫରୁ ମଦମୁକ୍ତ ଓଡ଼ିଶା ପାଇଁ ଏକ ଦସ୍ତଖତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା। ମୋନାର ଭୁବନେଶ୍ୱର ପ୍ରତିନିଧି ମନମୋହନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜିର ଯୁବସମାଜ ନିଶା କବଳରେ କବଳିତ ହୋଇ ପଥଭ୍ରଷ୍ଟ ହେଉଛନ୍ତି। ଫଳରେ ଯୁବାବସ୍ଥାରେ ଅକାଳରେ ଜୀବନ ଯାଉଛି।ନିରୀହା ଅଳ୍ପ ବୟସର ଝିଅଟି ବିଧବା ହେବା ସହିତ ଛୋଟଛୋଟ ପିଲାମାନେ ପିତୃହରା ହେଉଛନ୍ତି। ପରିବାର ଉଜୁଡ଼ି ଯାଉଛି। ତେଣୁ ଓଡ଼ିଶାରେ ମଦମୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ରରେ ଓଡ଼ିଶାରେ ମଦକୁ ବନ୍ଦ କରିବା ସହିତ ନିଶା ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ଆସୁଥିବା ଲୋକଙ୍କୁ ସଚେତନ କରାଇବା ସହିତ ଦସ୍ତଖତ କରାଯାଇଥିଲା। ସମାଜସେବୀ ତଥା କବି ଅମରେନ୍ଦ୍ର ନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ମାନସ ମିଶ୍ର, ଅକ୍ଷୟ କୁମାର ବେହେରା ପ୍ରମୁଖ ବହୁ ଯୁବସମାଜସେବୀ ସହଯୋଗ କରିଥିଲେ।




