ନୀଳଗିରିକୁ ଜିଲ୍ଲା ଦାବି ଜୋର ଧରିଲା | ନ୍ୟାୟାଳୟର ଦ୍ବାରସ୍ଵ ହେବ ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି |

👇समाचार सुनने के लिए यहां क्लिक करें

ନୀଳଗିରି,୧୩/୪(ସିଧାସମ୍ବାଦ); ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଁ ଚାଲିଥିବା ସଂଗ୍ରାମକୁ ଜୋରଦାର କରାଯିବା ସହିତ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତ୍ତର କରାଯିବା ପଇଁ ନିଷ୍ପତ୍ତି ନିଆଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ଚନ୍ଦ୍ର ବେହେରା, ମନୋରଞ୍ଜନ ବେହେରା, ଅନାଦି ବେହେରା, ରେଖା ହେମ୍ବ୍ରମ, ସୁରେଶ ଚନ୍ଦ୍ର ଦାସ, ରବୀନ୍ଦ୍ର ସାହୁ, କାର୍ତ୍ତିକ ସାହୁ, ସୁନୀଲ ପ୍ରଧାନ, ପ୍ରକାଶ ଚୌଧୁରୀ, କରୁଣାକର ଭୂୟାଁ ପ୍ରମୁଖ ଉଦ‌ବୋଧନ ଦେଇ ନ୍ୟାୟାଳୟର ଦ୍ବାରସ୍ଥ ହେବ ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସମସ୍ତ ସଦସ୍ୟ ମାନେ । ଏନେଇ ଶୁକ୍ରବାର କ୍ରିୟାନୁଷ୍ଠାନ କମିଟିର ସଭାପତି ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ନୀଳଗିରି ସରକାରୀ ଡାକବଙ୍ଗଳା ଠାରେ ବୈଠକ ବସିଥିଲା। ବୈଠକରେ ଦଳମତ ନିର୍ବିଶେଷରେ ନୀଳଗିରିକୁ ଜିଲ୍ଲାର ମାନ୍ୟତା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଥିଲା। ବାମପନ୍ଥୀ ନେତା ତଥା ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଟା ସଦସ୍ୟ ନିରଞ୍ଜନ ବାରିକ ଜିଲ୍ଲା ଆନ୍ଦୋଳନକୁ ଆଗେଇ ନେବାକୁ ଆହ୍ବାନ ଦେଇଥିଲେ। ଆଗାମୀ ମଇ ମାସ ପ୍ରଥମ ସପ୍ତାହରେ ଜିଲ୍ଲା ଦାବି ନେଇ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହେବାକୁ କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ପରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଗିରିଧାରୀ ବେହେରାଙ୍କ ବିୟୋଗରେ ଦୁଃଖପ୍ରକାଶ କରିବା ସହିତ ସଂଗଠନକୁ ମଜବୁତ କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସ୍ମୁତିଚାରଣ ସହିତ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें