ନୀଳଗିରି,୧୩/୪(ସିଧାସମ୍ବାଦ);ନୀଳଗିରି ଉପକଣ୍ଠ ରେମୁଣା ବ୍ଳକ ଅନ୍ତର୍ଗତ ଖରିଦ ମୁଖୁରା ଗ୍ରା:ପ ଗୋବିନ୍ଦପୁର ଗ୍ରାମରେ ଆସନ୍ତା ବୈଶାଖ ମାସ ୦୪ ଦିନ ତଥା ଇରାଜୀ ମାସ ଚଳିତ ଅପ୍ରେଲ ୧୭ ତାରିଖ ଗୁରୁବାର ଦିନଠାରୁ ଚାରିଦିନ ବ୍ୟାପୀ ନବନିର୍ମିତ ପ୍ରଭୂ ଶ୍ରୀ ଶ୍ରୀ ହନୁମାନ ଜୀଉଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ, ବିଗ୍ରହ ପ୍ରବେଶ ଓ ବିଶ୍ୱଶାନ୍ତି ମହାଯଜ୍ଞ ବୈଦେକ ରୀତିରେ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ପବିତ୍ର ଉତ୍ସବରେ ପୂର୍ଣ୍ଣାହୂତି ପ୍ରଦାନ କରିବା ନିମନ୍ତେ ବହୁ ମହାନ ପୂଜ୍ୟ, ସାଧୁସନ୍ଥ ଓ ପ୍ରବଚକ ମାନଙ୍କର ଆଗମନ ସହିତ ସେମାନଙ୍କର ଧାର୍ମିକ ଓ ମାର୍ଗିକ ପ୍ରବଚନ ଶୁଣିବାର ସୁଯୋଗ ମିଳିବ | ଏଥି ସହିତ ଭଜନ ବିଶାରଦ ମାନଙ୍କ କଣ୍ଠରୁ ଠାକୁରଙ୍କ ଭକ୍ତିପୂଣ୍ଣ ଭଜନ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି | ପ୍ରତ୍ୟକ ସନ୍ଧ୍ୟାରେ ଯଜ୍ଞ ମଣ୍ଡପ ନିକଟରେ ଧର୍ମ ସଭାର ଆୟୋଜନ ସହିତ ଗ୍ରାମବାସି ମାନେ ହବିଷାନ୍ନ ଭୋଜନର ଆୟୋଜନ ହେବାକୁ ଯାଉଛି | ତେବେ ଠାକୁରଙ୍କ ଗୃହ ପ୍ରବେଶ ନିମନ୍ତେ ୫୦୮କଳସ ଯାତ୍ରା ଓ ପଂକ୍ତି ଭୋଜନରେ ହଜାର ହଜାର ସଂଖ୍ୟାରେ ଭକ୍ତଗଣ ଭାଗ ନେବାକୁ କମିଟିର ମୁଖ୍ୟ ଉଦ୍ୟକ୍ତା ଗଜେନ୍ଦ୍ର ନାୟକ, କାର୍ତ୍ତିକ ଚନ୍ଦ୍ର ବେହେରା,ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନିରଞ୍ଜନ ବେହେରା ପ୍ରମୁଖ ସଦସ୍ୟ ନିବେଦନ କରିଛନ୍ତି |





