ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ

👇समाचार सुनने के लिए यहां क्लिक करें

ରାମନାଗୁଡା:-୧୭-୦୪-୨୦୨୫- ବିଜୟାନନ୍ଦ ପଟ୍ଟନାୟକ (ବିଜୁବାବୁ)ଙ୍କର ୨୬ ତମ ଶ୍ରାଦ୍ଧ ଦିବସ। ୧୯୯୭ ଏପ୍ରିଲ ୧୭ରେ ଦିଲ୍ଲୀରେ ତାଙ୍କର ପରଲୋକ ହୋଇଥିଲା। ସ୍ବାଭିମାନୀ, ସାହସୀ, ଯୁଗ ସ୍ରଷ୍ଟା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ରେ ଜନ୍ମଗ୍ରହଣ କରିଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଓ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦେଶ ସ୍ବାଧୀନ ହେବା ପରେ ସେ ଓଡ଼ିଶାକୁ ବିଭବଶାଳୀ ରାଜ୍ୟ ଭାବେ ପରିଣତ କରିବାର ସ୍ବପ୍ନ ଦେଖିଥିଲେ। ୧୯୫୨ରେ ସେ ଜଗନ୍ନାଥ ପ୍ରସାଦ ଆସନରୁ ପ୍ରଥମଥର ପାଇଁ ବିଧାୟକ ନିର୍ବାଚିତ ହେଲେ। ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୁବାବୁ ରାଜ୍ୟର ପ୍ରଗତି ପାଇଁ ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଥିଲେ। ସେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍, କଳିଙ୍ଗ ଟ୍ୟୁବସ, କଳିଙ୍ଗ ଇଣ୍ଡଷ୍ଟ୍ରିଜ୍, କଳିଙ୍ଗ ଏୟାରୱେଜ୍ ଓ କଳିଙ୍ଗ ରେଫ୍ରିଜରେସନ୍ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ। ସେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା। ଓଡ଼ିଶା ସରକାର ଅନେକ ଅନୁଷ୍ଠାନକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଅଛନ୍ତି।ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଅବସରରେ ରାମନାଗୁଡା ବ୍ଳକ ବିଜେଡି ପରିବାର ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।
ତାଙ୍କ ନିର୍ଭୀକ ଜୀବନ, ଅଦମ୍ୟ ସାହସ କୋଟି କୋଟି ଓଡ଼ିଆଙ୍କ ପାଇଁ ପ୍ରେରଣା। ଲୋକଙ୍କ ସହ ରହିବା ଓ ଲୋକଙ୍କ ଲାଗି କାମ କରିବାକୁ ସେ ଦେଇଥିବା ମନ୍ତ୍ର ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ଆମକୁ ସର୍ବଦା ଅନୁପ୍ରାଣିତ କରିବ।ଏଥିରେ ରାମନାଗୁଡା ବ୍ଳକ ବିଜେଡି ର ବରିଷ୍ଠ ନେତା, ରଞ୍ଜନ ନାୟକ ବେହେରା, ନବିନ ଚନ୍ଦ୍ର ନାୟକ ବେହେରା,କମଳ ମୁଟୁକା ହୃଷୀକେଷ ପାତ୍ର, ଆନନ୍ଦ ପରିଛା,ମକର ଧୋବା , ସଞ୍ଜୟ ପ୍ରଧାନ, ଦିଲ୍ଲିପ ନାୟକ ବେହେରା,ବାତ୍ରୀ ମାଣ୍ଡାଙ୍ଗୀ, ଶିବ ଶଙ୍କର ପଣ୍ଡା , ନିର୍ମଳା ଖାମ୍ପା , ଧବଳେଶ୍ଵର ପାତ୍ରୀ,ସରପଞ୍ଚ ପାରିଖିତି ସୁର୍ଯ୍ୟ ରାଓ କୁମ୍ପରିକା, ସମିତି ସଭ୍ୟା ଲକ୍ଷ୍ମୀ କାଡ଼୍ରାକା, ,ସଞ୍ଜିବ ଗାଣ୍ଟା,ପେଦିନା ଭେଙ୍କଟ,ପ୍ରସାଦ ମାଣ୍ଡାଙ୍ଗି, ବିଭିନ୍ନ ପଞ୍ଚାୟତ ର ବିଜୁ ପ୍ରେମୀ ମାନେ ଯୋଗ ଦେଇଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें