ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

👇समाचार सुनने के लिए यहां क्लिक करें

ଖୋର୍ଦ୍ଧା ୧୭/୪, (ସିଧାସମ୍ବାଦ) ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ, ବୋତଳମା ପଞ୍ଚାୟତ ଅଧିନ ଗୌଡପାଟଣା ମହୁଲାକୁଦିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ମଇ ଗଛରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳୁ ସେହି ରାସ୍ତା ଦେଇ ଯିବା ସମୟରେ ଗଛରେ ଯୁବକ ଯୁବତୀଙ୍କ ମୃତ ଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ବେଗୁନିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଦୁଇ ଯୁବକ ଯୁବତୀ ହେଲେ ରାଜସୁନାଖଳା ଅଞ୍ଚଳର ଅଜୟ ପ୍ରଧାନ ଓ ଶାନ୍ତି ସାହୁ । ଯୁବତୀଙ୍କ ମଥାରେ ସିନ୍ଦୁର ଲାଗିଥିବାରୁ ସେ ବିବାହିତା ବୋଲି ଅନୁମାନ କରାଯାଉଛି। ମୃତ ଦେହ ନିକଟରୁ ଏକ ସ୍କୁଟି ଜବତ କରିଛି ପୋଲିସ।

Sidha Sambad
Author: Sidha Sambad

Leave a Comment

और पढ़ें