ନୀଳଗିରି -୧୭/୪, (ସିଧାସମ୍ବାଦ);
ଓଡ଼ିଶାର ମହାନ ବରପୁତ୍ର ସଂଗ୍ରାମୀ ଜନନେତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ନୀଳଗିରି ବିଜୁଜନତା ଦଳ ତରଫରୁ ପାଳିତ ହୋଇଯାଇଛି। ସକାଳ ୭.୩୦ ସମୟରେ ନୀଳଗିରି ଶଙ୍କରାଖୁଣ୍ଟା ପୋଖରୀରେ ଏହି ମହାନ ବ୍ୟକ୍ତିତ୍ଵଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା।ବିଜେଡିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ବହୁ ବିଜୁପ୍ରେମୀ ନେତା ଓ ସାଧାରଣ ଜନତା ଏକ ଶୋଭାଯାତ୍ରାରେ ଯାଇ ବାଇପାସ୍ ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରେ ବିଜୁଜନତା ଦଳ କାର୍ଯ୍ୟାଳୟ ପରିସରରେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ବୈଠକରେ ସମୃଦ୍ଧ ଓଡ଼ିଶା ଗଠନରେ ବିଜୁବାବୁଙ୍କ ଅବଦାନ ଓ ଆଜିର ଆହ୍ଵାନ ଶୀର୍ଷକ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡିନେତା ଗଙ୍ଗାଧର ମିଶ୍ର, ପ୍ରଫୁଲ୍ଲ ପରିଡା,୧୩ନଂ ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ରବୀନ୍ଦ୍ର ପରିଡା, ଅଚ୍ୟୁତ ପ୍ରଧାନ, ଲକ୍ଷ୍ମୀକାନ୍ତ ପ୍ରଧାନ, ସଞ୍ଜୟ ସିଂ, ବାସନ୍ତୀ ହେମ୍ବ୍ରମ, ଜୟନ୍ତ ପୁଟି, ଶ୍ରୀକାନ୍ତ ପରିଡା, ରଞ୍ଜିତା ଦଣ୍ଡପାଟ ରଧାଗୋବିନ୍ଦ ଖଟୁଆ, ଭାଗବତ ଖିଲାର, ଦୀପକ ଦାସ, ବୁଦ୍ଧଦେବ ସରକାର,ଉପେନ୍ଦ୍ର ଦାସ, ରାଜୀବ ଦାସବାବୁ, ଉପେନ୍ଦ୍ର ନାୟକ, ଚାନ୍ଦମଣି ମୁର୍ମୁ, କୁଳମଣି ନାୟକ ପ୍ରମୁଖ ବହୁ ବିଜେଡ଼ି କର୍ମୀ ଓ ଅନୁଗାମୀ ଉପସ୍ଥିତ ଥିଲେ।





