କାଳବୈଶାଖୀ ପ୍ରଭାବରେ ନୀଳଗିରିର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି। ଗଛପଡ଼ି ରାସ୍ତାଜାମ।

👇समाचार सुनने के लिए यहां क्लिक करें

ନୀଳଗିରି -୧୮/୪(ସିଧାସମ୍ବାଦ);
ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ନୀଳଗିରି ଉପଖଣ୍ଡର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା, ଡାଳ ଭାଙ୍ଗିବା ଏବଂ ବିଦ୍ୟୁତ ତାର ଛିଣ୍ଡିଯିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସୂଚନା ଅନୁଯାୟୀ ନୀଳଗିରି ରାଜାବଗିଚା ଅଞ୍ଚଳରେ ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଅଳ୍ପକେ ଅନେକ ଧନଜୀବନ ରକ୍ଷା ପାଇଯାଇଛି। ସେହିପରି ବଣସିମା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଡାଳଭାଙ୍ଗିବା ଏବଂ ଗଛ ଉପୁଡ଼ି ପଡ଼ିଥିବା ଦେଖାଯାଇଛି। ଔପଦା ବ୍ଲକ୍ ବାଉଁଶବଣିଆ ଅଞ୍ଚଳର ଜଗନ୍ନାଥ ମହାରଣାଙ୍କ ଘର ଉପରେ ଏକ ବିରାଟ ନିମ୍ବଗଛ ଉପୁଡ଼ି ପଡ଼ିବା ଫଳରେ ତାଙ୍କର ଗେଟ ଉପରେ ପଡ଼ି କୋଠା ଉପରେ ଲଟକି ରହିଥିବା ଦେଖାଯାଇଛି। ଅନୁରୂପ ଭାବେ ମାନଗଡ ଛକ ଉପରେ ଏକ କଦମ୍ବ ଗଛ ଉପଡି ରାସ୍ତା ଅବରୋଧ କରି ରଖିଥିବା ଜଣାଯାଇଛି। ଏତଦ୍ ଭିନ୍ନ ବିଭିନ୍ନ ସ୍ଥାନରେ ବିଦ୍ୟୁତତାର ଛିଣ୍ଡି ଯାଇଥିବା କାରଣରୁ ନୀଳଗିରି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧକାର ହୋଇପଡ଼ିଥିବା ଜଣାଯାଇଛି। ଦମକଳବାହିନୀ ଅଧିକାଂଶ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ଗଛକାଟି ଥିବା ବେଳେ ଏବେବି ଅଧିକାଂଶ ସ୍ଥାନରେ ଗଛ ପଡ଼ିରହିଥିବା ସୂଚନା ମିଳିଛି।

Sidha Sambad
Author: Sidha Sambad

Leave a Comment

और पढ़ें