ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କୁ ଅତ୍ୟାଚାରକୁ ଘୋର ପ୍ରତିବାଦ କରି ରାଷ୍ଟ୍ରପତିଙ୍କୁ ଜିଲ୍ଲାପାଳଙ୍କ ଜାରିଆ ରେ ସ୍ମାରକ ପତ୍ର ପ୍ରଦାନ କରାଯାଇ ଥିଲା

👇समाचार सुनने के लिए यहां क्लिक करें

ରାୟଗଡା :- ପଶ୍ଚିବଙ୍ଗର ମୁର୍ସିଦାବାଦ ଜ଼ିଲ୍ଲାରେ ହିନ୍ଦୁ ମାନଙ୍କ ଉପରେ ଘଟିଥିବା ଅତ୍ୟାଚାରକୁ ଘୋର ନିନ୍ଦା କରି ଆଜି ରାମ ନବମୀ ଉତ୍ସବ କମିଟି ତରଫରୁ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ଜ଼ିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି | ଉକ୍ତ ଦାବିପତ୍ରକୁ ଜ଼ିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜ଼ିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଗ୍ରହଣ କରିଥିଲେ | ସୂଚନା ଥାଉକିଯେ ଚଳିତ ମାସରେ ମୁର୍ସିଦାବାଦରେ କିଛି ବିଧର୍ମୀ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରି ହତ୍ୟା କରିବା ସହ ସେମାନଙ୍କ ଘରକୁ ଭାଙ୍ଗି ପୋଡି ଦେଇଥିଲେ | ହିନ୍ଦୁ ମାନେ ଭୟବିତ୍ତ ହେଇ ଭିଟାମାଟି ଛାଡି ସେଠାରୁ ଜୀବନକୁ ରକ୍ଷା କରିବା ପାଇଁ ଚାଲିଯାଇଥିଲେ | ଏହି ଘଟଣାକୁ କେବଳ ଭାରତରେ ନୁହେଁ ବିଶ୍ୱର ଅନେକ ଦେଶରେ ମଧ୍ୟ ନିନ୍ଦା କରାଯାଇଥିଲା | ଯୋଉ ଦେଶରେ ହିନ୍ଦୁ ଧର୍ମର ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ହିନ୍ଦୁଙ୍କ ଉପରେ ଏପରି ଆକ୍ରମଣ ହେବା ଘଟଣା ପ୍ରତେକ ହିନ୍ଦୁଙ୍କ ମନରେ କୁଠାରଘାତ ଦେଇଛି | ଏହାକୁ ଦୃଷ୍ଟିରେ ରଖି ରାମ ନବମୀ ଉତ୍ସବ କମିଟି ରାୟଗଡା ତରଫରୁ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ଦେଇ ତୁରନ୍ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁକରିବା ପାଇଁ କମିଟି ତରଫରୁ ଦାବି କରାଯାଇଛି | ତାସହ ପ୍ରଶାସନକୁ ରାୟଗଡା ଜ଼ିଲ୍ଲାରେ ବିଧର୍ମୀ ଫେରିବାଲାଙ୍କୁ ଚିହ୍ନଟ କରି ରାୟଗଡାରୁ ହଟେଇବା ପାଇଁ ମଧ୍ୟ କମିଟି ତରଫରୁ ଅନୁରୋଧ କରାଯାଇଛି | ଜାତି, ଭାଷା, ବର୍ଗରୁ ଉର୍ଦ୍ଧରୁ ଯାଇ ଏକ ହେଇ ରହିଲେ ହିନ୍ଦୁ ସୁରକ୍ଷିତ ରହିବେ ନଚେତ ମୁର୍ସିଦାବାଦ ଭଳିଆ ଘଟଣା ରାୟଗଡାରେ ମଧ୍ୟ ଘଟିବ ବୋଲି ଗଣମାଧ୍ୟମ ମାଧ୍ୟମରେ ଜନସାଧାରଣଙ୍କୁ କମିଟି ମାଧ୍ୟମରେ ସଚେତନ କରିଛନ୍ତି | ଉକ୍ତ କାର୍ଯ୍ୟକ୍ରମକୁ କମିଟିର ସମ୍ପାଦକ ଅଜୟ ଚୂଲେଟ ପରିଚାଳନା କରିଥିବା ବେଳେ, ଶ୍ୟାମ କୁମାର ଦାଶ, ବିଦ୍ୟା ଭୂଷଣ ପଣ୍ଡା,ବିଦ୍ୟା ସାଗର,, କୁମାରୀ ଦିଦି ଓ କମିଟିର ଅନ୍ୟ ସଦସ୍ୟ ସଦସ୍ୟା ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें