ବେଗୁନିଆ,୨୦/୦୪: ବେଗୁନିଆ ସଦର ମହକୁମାସ୍ଥିତ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ ସେବା ଓ ସଂସଦ ଆନୁକୂଲ୍ୟରେ ପ୍ରଚଣ୍ଡ ରୌଦ୍ର ତାପକୁ ଆଖିଆଗରେ ରଖି ଏକ ଜଳଛତ୍ରର ବ୍ୟବସ୍ଥା ବେଗୁନିଆ ପଶୁ ଚିକିତ୍ସାଳୟ ନିକଟରେ କରାଯାଇଅଛି।ଏଥିରେ ମହାପ୍ରଭୁଙ୍କୁ ପଣା ଅର୍ପଣ କରାଯାଇଥିଲା ଓ ଗଡତରା ଗ୍ରାମପଞ୍ଚାୟତର ସରପଞ୍ଚ ଜୁଲିତା ଦାସ ଜଳ ସେବାକୁ ଉଦଘାଟନ୍ କରିଥିଲେ। ଏହି ଉପଲକ୍ଷେ ଏକ କବିତା ପାଠର ଆୟୋଜନ କରାଯାଇଥିଲା ଏଥିରେ ଶ୍ୱେତପଦ୍ମା ସାହିତ୍ୟ ଅନୁଷ୍ଠାନର ସଭାପତି ଭାଗୀରଥି ପରିଡ଼ା ପୌରହିତ୍ୟ କରିଥିଲେ। ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରି “ଜଳ ହିଁ ଜୀବନ” ପ୍ରଚଣ୍ଡ ଖରାରେ ଜଳ ଦେବା ହିଁ ମାନବ ସେବା ବୋଲି କହିଥିଲେ।ଉକ୍ତ କବିତା ଆସରରେ ପ୍ରଫୁଲ୍ଲ କୁମାର ସାହୁ,କୋଷାଧ୍ୟକ୍ଷ ସୋମନାଥ ସାହୁ, ଲକ୍ଷ୍ମୀଧର ମହାରଣା,ଶ୍ରୀକୁମାର ସାହୁ, ବାସୁଦେବ ବେହେରା, ଭବାନୀ ପ୍ରଧାନ, ବିଶ୍ୱରୂପା ପଣ୍ଡା, ବାସନ୍ତୀ ସାହୁ,କବିତା ରାଉତ , ଶୁଭଲକ୍ଷ୍ମୀ ପ୍ରଧାନ, ସାଧ୍ୟାରାଣୀ ପଣ୍ଡା, ଅନୁସୂୟା ପଣ୍ଡା, ଶୁଭାସ୍ମିତା ପଣ୍ଡା,ସୁଦୀପ୍ତା ନାୟକ,ଗଗନ ବାରିକ,ତୋଫାନ ବାରିକ, ରମେଶ ସାହୁ ପ୍ରମୁଖ ଭାଗ ନେଇଥିଲେ। ଶେଷରେ ଗାୟକ ପ୍ରଦୀପ କିଶୋର ତ୍ରୀପାଠୀ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ସହ ସମ୍ପାଦକ ଜଗଦୀଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।




