ସ୍ତ୍ରୀ କୁ ମରଣାନ୍ତାକ ଆକ୍ରମଣ | ଦୋଷ ଲୁଚାଇବାକୁ ଯାଇ ସ୍ତ୍ରୀ ପାଟିରେ ସ୍ୱାମୀ ଢାଳିଲା ବିଷ | ସ୍ତ୍ରୀ ମୃତ |

👇समाचार सुनने के लिए यहां क्लिक करें

ନିଳଗିରି,୨୪/୪(ସିଧା ସମ୍ବାଦ); ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ପରେ ସ୍ୱାମୀ ନର ରାକ୍ଷସ ପାଲଟି ଯାଇଥିଲା | ପ୍ରତିଶୋଧ ପରାୟଣ ହୋଇ ପିଟି ପିଟି ସ୍ତ୍ରୀ ର ନେଲା ଅମୁଲ୍ୟ ଜୀବନ | ଏଭଳି ଏକ ହୃଦୟ ବିଦାରକ ଘଟଣା ନୀଳଗିରି ଅଞ୍ଚଳରେ ଶୁଣିବାକୁ ମିଳିଛି | ହସ୍ତଗତ ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ କାଂଶ ଗ୍ରାମର ମନୋରଞ୍ଜନ ଖଣ୍ଡେଇ (୩୬) କାଠପାଳ, କରଂଜିଆ ଗ୍ରାମର ଦୁର୍ଗା ଦଳେଇଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ | ପରବର୍ତ୍ତୀ ସମୟରେ ସଂସାର ବେଶ ହସ ଖୁସିରେ ଚାଲିଥିଲା | ତାଙ୍କ ଔରସ ରୁ ଦୁଇ ସନ୍ତାନ ଜନ୍ମ ଲାଭ ପରେ ଦୁର୍ଗା ଙ୍କ ଜୀବନ ପ୍ରତି ବିପଦ ମାଡିଆସିଥିଲା | ଖୁଦ ସ୍ୱାମୀ ମନୋରଞ୍ଜନ ତାଙ୍କ ଉପରେ ଦାଉସାଜି ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଥିଲା |
ରାକ୍ଷସ ରୁପି ସ୍ୱାମୀ ନିଜର ସ୍ତ୍ରୀ ର ଜୀବନ ନେବା ପାଇଁ ମାଷ୍ଟର ପ୍ଳାନ କରିଥିଲା | ଗତ ୨୨ ତାରିଖ ଦିନ ନିଜ ସ୍ତ୍ରୀ ଦୁର୍ଗା କୁ ଅମାନୁଷିକ ଭାବେ ପିଟା ମରା କରିଥିଲା | ନିଜର ଦୋଷ ଲୁଚାଇବା ପାଇଁ ଅଭିନବ ଉପାୟରେ ନିଜ ସ୍ତ୍ରୀ ପାଟିରେ ବିଷ ଢ଼ାଳି, ବିଷ ପିଇଥିବାର ଅଭିନୟ କରିଥିଲା | ଗୁରୁତ୍ତର ଅବସ୍ଥାରେ ପ୍ରଥମେ ନୀଳଗିରି, ପରେ ବାଲେଶ୍ୱର ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା | ଅବସ୍ଥା ଶଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା | ସଙ୍ଗରେ ବଡ଼ ଜାଆ, ନଣନ୍ଦ, ସ୍ୱାମୀ ଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ୨୪ ତାରିଖ ଗୁରୁବାର ଦିନ ସକାଳେ ଦୁର୍ଗା ର ମୃତ୍ୟୁ ହୋଇଥିଲା | ଏପଟେ ଝିଅ ର ମା ମୃତ୍ୟୁ ଖବର ସୁଣି ନୀଳଗିରି ଥାନାରେ ମୋଝିଅକୁ ପିଟି ପିଟି ମାରିଦେଇ ପାଟିରେ ଜ୍ୱାଇଁ ବିଷ ପିଆଇ ମାରିଦେଇଥିବା ସଂଗୀନ ଅଭିଯୋଗ କରିଛନ୍ତି | ଏନେଇ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ, ସବଇନ୍ସପେକ୍ଟର ଦିଲୀପ ସେନାପତି , କର୍ମଚାରୀ କାର୍ତ୍ତିକ ସଲ, ପ୍ରମୁଖ ସଦଳବଳେ କଟକ ବଡ଼ ମେଡ଼ିକାଲ ରେ ପହଞ୍ଚି ମନୋରଞ୍ଜନ ଖଣ୍ଡେଇ କୁ ଗିରଫ କରିଥିଲେ | ପୋଲିସକୁ ଦେଖି ନଣନ୍ଦ ଓ ଜାଆ ମେଡିକାଲ ପରିଷର ରୁ ଫେରାର ହୋଇ ଯାଇଥିଲେ | ପରେ ଦୁର୍ଗାର ମୃତ ଶରୀରକୁ ଗ୍ରାମକୁ ପଠେଇଥିଲା ବେଳେ ସ୍ୱାମୀକୁ ନୀଳଗିରି ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛି | ଏନେଇ ନୀଳଗିରି ଥାନା ରେ ୧୪୧/୨୫ ମାମଲା ରୁଜ୍ଜୁ କରାଯାଇଛି |

Sidha Sambad
Author: Sidha Sambad

Leave a Comment

और पढ़ें