ସ୍ୱାମୀର ପରକିଆ ପ୍ରୀତି କୁ ନେଇ ସ୍ତ୍ରୀ ର ସନ୍ଦେହ | ସ୍ତ୍ରୀ କୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ |

👇समाचार सुनने के लिए यहां क्लिक करें

ନୀଳଗିରି, ୨୪/୪(ସିଧାସମ୍ବାଦ); ବିବାହର ୫ ବର୍ଷ ପରେ ନିଜ ଔରସ ରୁ ୩ ବର୍ଷର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା | ପରବର୍ତ୍ତୀ ସମୟରେ ସ୍ୱାମୀର ଅନ୍ୟତ୍ର ପରକିଆ ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀ, ସ୍ୱାମୀକୁ ବିରୋଦ୍ଧ କରିଥିଲା | ଏନେଇ ସ୍ୱାମୀ ଉତ୍ୟକ୍ତ ହୋଇ ସ୍ତ୍ରୀ କୁ ପିଟାମରା କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଚାଲିଥିଲା | ସ୍ୱାମୀର ଯନ୍ତ୍ରଣା ଅସହ୍ୟ ହେବାରୁ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଛି ଧର୍ମ ପତ୍ନୀ | ଏପରିକି ସ୍ୱାମୀ ଙ୍କ ଆକ୍ରମଣରେ ସ୍ତ୍ରୀ ର ଶରୀରର ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ମାଡ଼ ମରା ଚି଼ହ୍ନ ରହିଥିବା ବେଳେ ନୀଳଗିରି ମେଡ଼ିକାଲ ରେ ଚିକିତ୍ସା ହେଉଛନ୍ତି | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଏନଏସି ଅଞ୍ଚଳରେ |
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ୮ ନମ୍ବର ୱାଡ଼ ଗୁଡିଖାଣିଆ, ର ହେମନ୍ତ ମୁର୍ମୁ କିଛି ବର୍ଷ ପୂର୍ବରୁ କର୍ଣ୍ଣାଟକ ରାଜ୍ୟ ବାଙ୍ଗାଲୋର ଅଞ୍ଚଳ ମେଜେଷ୍ଟି ରୋଡ଼ ସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରିଆସୁଥିଲେ | ପରବର୍ତ୍ତୀ ସମୟରେ ଉକ୍ତ ଅଞ୍ଚଳର
ନରସୀମ୍ମା ରେଡ୍ଡୀ ଙ୍କ ଝିଅ ଶ୍ରାବଣୀ ରେଡ୍ଡୀ (୨୩), ଙ୍କ ସହିତ ଦେଖା ହେବାପରେ ସମ୍ପର୍କ ବଢ଼ି ପ୍ରେମରେ ବଦଳି ଯାଇଥିଲା | ପରେ ଉଭୟ ପରିବାରଙ୍କ ସହମତିରେ ହେମନ୍ତ ଶ୍ରାବଣୀଙ୍କୁ ବିବାହ କରି ନୀଳଗିରି ଘରକୁ ନେଇ ଆସିଥିଲେ | ପରବର୍ତ୍ତୀ ସମୟରେ ତାଙ୍କ ଔରସରୁ ପ୍ରଣଇତା ନାମକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ, ଯାହାର ବୟସ ଏବେ ୩ ବର୍ଷ ବୋଲି ଜଣାପଡ଼ିଛି | ଏନେଇ ସ୍ତ୍ରୀ ଶ୍ରାବଣୀ
ନୀଳଗିରି ଥାନାରେଏକ ଲିଖିତ ଅଭିଯୋଗ କରିଛନ୍ତି | ଏନେଇ ପୋଲିସ ତଦନ୍ତ ଜାରିରଖିଛି |

Sidha Sambad
Author: Sidha Sambad

Leave a Comment

और पढ़ें