ସମ୍ମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ନୀଳଗିରି ପକ୍ଷରୁ ପାଣି ପମ୍ପ ଓ ବ୍ୟାଟେରୀ ଚାଳିତ ସିଞ୍ଚନ ମେସିନ୍ ପ୍ରଦାନ।

👇समाचार सुनने के लिए यहां क्लिक करें

ନୀଳଗିରି -୨୫/୪(ସିଧାସମ୍ବାଦ);
ନୀଳଗିରି ବ୍ଲକ ଆଇଟିଡିଏ ବ୍ଲକ ମାନ୍ୟତା ପାଇଥିବା ବେଳେ ଉକ୍ତ ସଂସ୍ଥା ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଆର୍ଥିକ ଅନଗ୍ରସର ବ୍ୟକ୍ତି ମାନଙ୍କର କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିଭିନ୍ନ ସମୟରେ ବହୁ ସହାୟତା ପ୍ରଦାନ କରାଯାଇଥାଏ। ଶୁକ୍ରବାର ପୂର୍ବାହ୍ନ ୯.୩୦ସମୟରେ ନୀଳଗିରି ଆଇଟିଡିଏ ପକ୍ଷରୁ ୧୧ଟି କ୍ଲଷ୍ଟରରେ ୯୮ଟି ବ୍ୟାଟେରୀ ଚଳିତ ସିଞ୍ଚନ ମେସିନ୍ ଓ ୨୦ଟି ପମ୍ପସେଟ୍ ପ୍ରଦାନ କରଯାଇଛି। ସୂଚନାରୁ ଜଣାଯାଇଛି, ଏଥି ନିମନ୍ତେ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ସଭାପତିତ୍ବ କରିଥିବା
ବେଳେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗଦେଇଥିଲେ। ଉପସ୍ଥିତି ହିତାଧିକାରୀ ମାନଙ୍କୁ ସେମାନଙ୍କ ଉପକରଣ ଗୁଡିକର ଯତ୍ନ ନେବା ସହିତ କୃଷିକ୍ଷେତ୍ରରେ ତାର ସୁଉପଯୋଗ ପାଇଁ ପରାମର୍ଶ ଦେବା ସହିତ ପାଣିପମ୍ପ ଓ ସିଞ୍ଚନମେସିନ୍ ପ୍ରଦାନ କରିଥିବା କମ୍ପାନୀ ପ୍ରତିନିଧିଙ୍କୁ ୱାରେଣ୍ଟି ସମୟମଧ୍ୟରେ ମେସିନ୍ ଖରାପ ହେଲେ ସେମାନଙ୍କ ଘରେ ପହଞ୍ଚି ତତକାଳ ସେବା ଯୋଗାଇଦେବାକୁ ତାଗିଦ୍ କରିଥିଲେ। ବିଧାୟକ ଶ୍ରୀ ଖଟୁଆ ହିତାଧିକାରୀ ମାନଙ୍କୁ ସଠିକ୍ ମାର୍ଗଦର୍ଶନ କରିବା ନିମନ୍ତେ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ସିଆଡିମାଳ, କାଣିଗଡିଆ , କାଂଶ , ତିନଦେଶ, ଟିଆକଟା, ପୋଡ଼ାଶୂଳ, ମହିଷାପଟା, ବୈଇଚରଣପୁର, ବାଉରୀଓରା, ବଡ଼ବିଲ ଭଳି ୧୧ ଟି କ୍ଲଷ୍ଟରରେ ମୋଟ୍ ୧୧୮ଜଣ ହିତାଧିକାରୀଙ୍କୁ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ୯୮ଟି ସିଞ୍ଚନ ମେସିନ୍, ୨୦ଟି ପାଣିପମ୍ପ ପ୍ରଦାନ କରଯାଇଛି। ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର ନାୟକ, ପ୍ରକଳ୍ପ ପରିଚାଳିକା ସାବ୍ରିନା ସିଂହ ଉପସ୍ଥିତ ଥିଲେ।ସୂଚନା ଲୋକସମ୍ପର୍କ ଅଧିକାରି ଗୋବର୍ଦ୍ଧନ ବିଶ୍ଵାଳ ମଞ୍ଚପରିଚାଳନା କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें