ଗୃହ ପ୍ରତିଷ୍ଠାରେ ଗରିବଙ୍କୁ ବସ୍ତ୍ର ଦାନ |

👇समाचार सुनने के लिए यहां क्लिक करें

ନୀଳଗିରି, ୩୦/୪(ସିଧାସମ୍ବାଦ); ନୂତନ ଗୃହ ପ୍ରତିଷ୍ଠାରେ ଅଞ୍ଚଳର କିଛି ଗରିବ ଗୁରୁବାଙ୍କୁ ଘର ମାଲିକ ଅନ୍ନ କ୍ଷେତ୍ର ସହିତ ବସ୍ତ୍ର ବଣ୍ଟନ କରିଥିବା ଦେଖିବାକୁ ମିଳିଛି | ନୀଳଗିରି ବ୍ଳକ ସଜନଗଡ଼ ମହାନ୍ତି ସହି ଗ୍ରାମର ଶ୍ୟାମସୁନ୍ଦର ବାରିକ ନୂତନ ଭାବେ ନିର୍ମାଣ କରିଥିବା ଏକ ପକ୍କା ଗୃହର ପ୍ରତିଷ୍ଠା କରି ଗୃହ ପ୍ରବେଶ କରିଛନ୍ତି | ଉକ୍ତ ପ୍ରତିଷ୍ଠା ଉତ୍ସବରେ ଭଜନ କୀର୍ତ୍ତନ ସହିତ ହରିନାମ ସଂକୀର୍ତ୍ତନ କରାଯାଇଥିଲା | ଗ୍ରାମ ଏବଂ ଗ୍ରାମ ବାହାରୁ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଲୋକ ପ୍ରସାଦ ସେବନ କରିଥିଲେ | ପରେ ଶ୍ୟାମସୁନ୍ଦର ଏବଂ ତାଙ୍କର ଦୁଇପୁତ୍ର ରଘୁନାଥ ଏବଂ ଦୈତାରୀ ପ୍ରାୟ ଶହେ ରୁ ଉର୍ଦ୍ଧ ଦିନ ଦରିଦ୍ର ଏବଂ ବାଟ ଭିକାରି ଙ୍କୁ ଡାକି ବସ୍ତ୍ର ଦାନ କରିଥିଲେ | ଶାସ୍ତ୍ରରେ ବର୍ଣ୍ଣିତ ଅଛି ଅନ୍ନ ଓ ବସ୍ତ୍ର ଦାନ କଲେ କୋଟି ପୂଣ୍ୟ ମିଳିଥାଏ | ଆଜି ଅକୁଣ୍ଠଚିତ୍ତ ଓ ଖୋଳା ହସ୍ତରେ ଏଭଳି ଭାବେ ବସ୍ତ୍ର ଦାନପାଇଁ ଅଞ୍ଚଳବାସୀ ଶ୍ୟାମସୁନ୍ଦରଙ୍କ ପରିବାର ବର୍ଗଙ୍କୁ ଭୁୟସୀ ପ୍ରଶଂସା କରିଥିବା ବେଳେ ଅଞ୍ଚଳରେ ଆନନ୍ଦର ବାତାବରଣ ଖେଳି ଯାଇଛି |

Sidha Sambad
Author: Sidha Sambad

Leave a Comment

और पढ़ें