ନୀଳଗିରି, ୩୦/୦୪(ସିଧାସମ୍ବାଦ); ନୀଳଗିରି ଏନ୍ ଏ ସି ଅନ୍ତର୍ଗତ ୭ ନମ୍ୱର୍ ୱାର୍ଡ ବାଲିଗୋହିରି ମୌଜାର ବହୁ ପୁରାତନ ଜଳାଶୟ ଲକ୍ଷ୍ମୀ ସାଗର ପୋଖରୀ ଉପରେ ଶାଳନ୍ଦୀ କେନାଲ ଖୋଳାଯିବା ପାଇଁ ପୋତି ଦିଆଯାଇଥିଲା | ପୁନଃରୁଦ୍ଧାର ପାଇଁ ସିପିଆଇ(ଏମ)ନୀଳଗିରି ଅଞ୍ଚଳିକ କମିଟିପକ୍ଷରୁ ବହୁବାର ଉପଜିଲ୍ଲାପାଳ ଠାରୁ ଆରମ୍ଭକରି, ଜିଲ୍ଲାପାଳ, କେନାଲ ଡିଭିଜନ କୁ ପତ୍ର ଲେଖାଯାଇଥିଲେ ସୁଧା କୌଣସି ସୁଫଳ ମିଳିପାରିନଥିଲା | ଶେଷରେ ଗତ ୨୮ ତାରିଖ ଦିନ ଦଳ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଦାବି ମାଧ୍ୟମରେ ପୋଖରୀ ପୁନଃରୁଦ୍ଧାର କୁ ନେଇ ଚରମ ବାଣୀ ଶୁଣାଇଥିଲେ | ଉପଜିଲ୍ଲାପାଳ ଉକ୍ତ ଅଭିଯୋଗକୁ ଗୁରୁତ୍ତର ସହକାରେ ନେଇଥିଲେ | ଗତ ୩ ଦିନ ତଳେ ଏସମ୍ପର୍କରେ ସୋରୋ କେନାଲ ଡିଭିଜନକୁ ପୋଖରୀ ପୁନଃରୁଦ୍ଧାର ପାଇଁ ଆଦେଶ ଦେଇଥିଲେ | ତେବେ କେନାଲ ଡିଭିଜନର ପକ୍ଷରୁ ପତ୍ରସଂଖ୍ୟା ୧୭୮୯ ଏବଂ ୨୯/୪/୨୫ରିଖରେ ପୋଖରୀ ଖୋଳିବା ପାଇଁ ଆଦେଶ ପତ୍ର ବାହାରିଥିଲା | ଆଜି କେନାଲ ଡିଭିଜନ ପକ୍ଷରୁ ପୋଖରୀ ଖୋଳା ଆରମ୍ଭ ହୋଇଛି | ଏନେଇ ଅଞ୍ଚଳବାସି ସିପିଆଇ(ଏମ)
ଦଳ ର ନୀଳଗିରି ଅଞ୍ଚଳିକ କମିଟି ର ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି |




