ଟ୍ରେନ ଦୁର୍ଘଟଣାରେ ଯୁବକ ଗୁରୁତର | ଦୁର୍ଘଟଣା ସ୍ଥଳୀରେ ପଡ଼ିରହିଛି କଟା ଅଙ୍ଗୁଠି | ଘଟଣା ଲୁଚାଇବାକୁ ପ୍ରୟାସ |

👇समाचार सुनने के लिए यहां क्लिक करें

ନୀଳଗିରି, ୩୦/୪(ସିଧାସମ୍ବାଦ): ଟ୍ରେନ ଦୁର୍ଘଟଣାରେ ଜଣେ ଅଜଣା ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କର ହାତ ଅଙ୍ଗୁଠି କଟିଯାଇ ଟ୍ରେନ ଲାଇନ ରେ ପଡିଥିବା ଘଟଣାକୁ ଚପାଇ ଦେବାକୁ ଚାଲିଛି ପ୍ରୟାସ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଙ୍ଗଳବାର ରାତି ୮ଟା ସମୟରେ ନୀଳଗିରି ଅଞ୍ଚଳରେ | ହସ୍ତଗତ ସୂଚନା ମୁତାବକ ଗୋପୀନାଥପୁ ରୁଟ ମେମୁ ଟ୍ରେନ ବାଲେଶ୍ଵର ଫେରିବାବେଳେ ଘଟିଛି ଏଭଳି ଦୁର୍ଘଟଣା। ରାଇଗାଁ ଠାରେ ଜଣେ ଯୁବକ ରେଳ ଲାଇନ ପାର ହେଉଥିବାବେଳେ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। | ତାଙ୍କ ଘର ଦିଲ୍ଲୀ ବୋଲି କହିବା ପରେ ଯୁବକ ଜଣକ ଚେତାଶୂନ୍ୟ ହୋଇଯାଇଥିଲେ |
ଯୁବକଙ୍କୁ ଟ୍ରେନ ପାଇଲଟ ଟ୍ରେନରେ ବାଲେଶ୍ଵର ହସ୍ପିଟାଲ ନେଇଯାଇଥିଲେ। ଗୁରୁତର କୁ ପ୍ରଥମେ ବାଲେଶ୍ୱର ମେଡିକାଲରେ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି | ଦୁର୍ଘଟଣା ସ୍ଥାନରେ ହାତର କଟା ଅଙ୍ଗୁଳି ପଡିଥିବା ବେଳେ ଯୁବକ ଜଣକ ରାଇଗାଁ ଠାରେ ଶାଳନ୍ଦୀ କେନାଲ କାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାର ଶୁଣିବାକୁ ମିଳିଛି | ଏସମ୍ପର୍କରେ ଉକ୍ତ ଠିକାଦାର ସଂସ୍ଥାର ସାଇଡ ମେନେଜଙ୍କୁ ପଚରା ଯାଇଥିଲେ ହେଁ କଥାକୁ ଲୁଚାଇବାକୁ ଅପଚେଷ୍ଟା କରିଛନ୍ତି | ଅନ୍ୟ ଦିଗରେ ଏହି ଠିକା ସଂସ୍ଥାରେ କିଛି ନାବାଳକ କୁ କେନାଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରା ଯାଉଥିବାର ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ଶ୍ରମ ଅଧିକାରୀ ଜାଣି ଅଜଣା ଭଳି ଅଭିନୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି | ବାଲେଶ୍ୱର ସାଂସଦ ମାନ୍ୟବର ପ୍ରତାପ ଷଡ଼ଙ୍ଗୀ ଉକ୍ତ ଘଟଣାରେ ହସ୍ତକ୍ଷେପ କରି ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ସାଧାରଣ ରେ ଦାବି ହୋଇଛି |

Sidha Sambad
Author: Sidha Sambad

Leave a Comment

और पढ़ें