ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ ଉଦ୍‌ଯାପିତ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର
୩୦ ଏପ୍ରିଲ, ୨୦୨୫

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ, ବାଲେଶ୍ୱର ଏବଂ କଳାକାର ବାଲେଶ୍ୱରର ମିଳିତ ସହଯୋଗରେ ବାଲେଶ୍ବର ଜିଲ୍ଲା ସ୍ଥିତ ଗାନ୍ଧି ସ୍ମୃତି ଭବନ ଠାରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବର ଆଜି ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଆଜି ନାଟକ ମହୋତ୍ସବର ଶେଷ ଦିନରେ ନାଟ୍ୟକାର ଶ୍ରୀ ପ୍ରଦୀପ୍ତ କୁମାର ସାମଲଙ୍କ ନିର୍ଦ୍ଦେଶନାରେ ନାଟକ “ଫିକା ଅପରାହ୍ନ” ଏବଂ ଶ୍ରୀ ଭଗବାନ ଗୁରୁଙ୍କ ନିର୍ଦ୍ଦେଶନାରେ ନାଟକ “ଶହୀଦ ବାଜି ରାଉତ” ମଞ୍ଚସ୍ଥ ହୋଇଥିଲା।

ଆଜି ଶେଷ ଦିନରେ ମଞ୍ଚସ୍ଥ ହୋଇଥିବା ନାଟକ ଦୁଇଟି ଦର୍ଶକମାନଙ୍କର ବେଶ୍ ପ୍ରଶଂସା ସାଉଁଟି ପାରିଥିଲା। ନାଟକ ରଚନା ଏବଂ ଅଭିନୟ କ୍ଷେତ୍ରରେ ଶିଶୁ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଆମ ନାଟକ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଂଗୀତ ନାଟକ ଏକଡେମୀ ପକ୍ଷରୁ ଆୟୋଜିତ ହୋଇଥିବା ଏହି ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସମସ୍ତ ଦର୍ଶକ ଏବଂ ଅତିଥିମାନେ ମତପ୍ରକାଶ କରିଥିଲେ।

ଆଜି ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ ଉଦ୍‌ଯାପନୀ ସମାରୋହରେ ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ , ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଶ୍ରୀଯୁକ୍ତ ହେମେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें