ଅଜଣା ଅଟୋ ଧକ୍କା ରେ ୨ ବାଇକ ଆରୋହି ଗୁରୁତ୍ତର |

👇समाचार सुनने के लिए यहां क्लिक करें

ନୀଳଗିରି,୪/୫(ସିଧାସମ୍ବାଦ); ଏକ ଅଜଣା ଅଟୋ ଧକ୍କା ଦେବାରୁ ଏକ ବାଇକରେ ଯାଉଥିବା ୨ ଆରୋହି ଙ୍କର ଗୁରୁତ୍ତର ହୋଇଥିବା ଜଣା ପଡ଼ିଛି | ପ୍ରାପ୍ତ ସୂଚନାରୁ ଜଣା ପଡ଼ିଛି ଆଜି ସନ୍ଧ୍ୟା ପ୍ରାୟ ୭.୪୦ ମିନିଟ ସମୟରେ ଝାଡ଼ଖଣ୍ଡ ଅଞ୍ଚଳର ପୁରନ ଶର୍ମା ଙ୍କ ପୁଅ ରୋହିତ ଶର୍ମା (୨୮)ଏବଂ ନଅରପାଟଣା ଅଞ୍ଚଳର ମହେଶ୍ୱର ଚଣ୍ଡ ଙ୍କ ପୁଅ ପ୍ରଣୟ କୁମାର ଚଣ୍ଡ (୩୫) ଉଦଳାରୁ କାଠ ମସ୍ତ୍ରୀ ଭାବେ ଘରୋଇ କାମ ସାରି ବାଲେଶ୍ୱର ଅଭିମୁଖେ ଏକ ଗ୍ଳାମର ବାଇକ ରେ ଯାଉଥିବା ବେଳେ ନୀଳଗିରି ଥାନା ବାଲିଗୋହିରି ଛକ ନିକଟରେ ଶେରଗଡ଼ରୁ ନୀଳଗିରି ଅଭିମୁଖେ ଆସୁଥିବା ଏକ ଅଜଣା ଅଟୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା | ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୀଳଗିରି ପୋଲିସ ଏବଂ ଅଗ୍ନି ଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ପ୍ରଥମେ ନୀଳଗିରି ମେଡିକାଲ ରେ ଆସୁ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି | ଉଭୟ ପୂରଣ ଓ ପ୍ରଣୟ ଙ୍କ ଡାହାଣ ଗୋଡ଼ ଭାଙ୍ଗିବା ସହିତ ମୁଣ୍ଡରେ ଆଘାତ ଏବଂ ଗୋଡ଼ ଅଙ୍ଗୁଳି କଟି ପ୍ରବଳ ରକ୍ତଶ୍ରାବ ହୋଇଛି | ନୀଳଗିରି ଥାନା ପକ୍ଷରୁ ଅଜଣା ଅଟୋ କୁ ଧରିବା ପାଇଁ ତଦନ୍ତ ଜାରି ରହିଛି |

Sidha Sambad
Author: Sidha Sambad

Leave a Comment

और पढ़ें