ରାଜ୍ୟ ସଭାପତି ଚୟନ ଶେଷ ସୋପାନରେ ,ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବହୁତ ଗୁରୁତ୍ଵ ବହନ

👇समाचार सुनने के लिए यहां क्लिक करें

,୪/୫(ସିଧାସମ୍ବାଦ)ସାମ୍ବାଦିକ ସମ୍ମିଳନୀରେ ସୁରେଶ ପୂଜାରୀ କହିଛନ୍ତି, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ଏକ ସ୍ଵାଭାବିକ ପ୍ରକ୍ରିୟା। ଏହି ସମୟରେ ସେ ଅନେକ କାର୍ଯ୍ୟକ୍ରମର ଉଦଘାଟନ ଓ ଶିଳାନ୍ୟାସ କରିବେ। କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଶାହ ଆସିବା କହିବାଟା ଭୁଲ୍ ହେବ। ସରକାରୀ କାର୍ଯ୍ୟକ୍ରମ ପରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ବିଜେପିରେ ସଭାପତି ଚୟନ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ହୋଇଥାଏ। ବିଜେପି ହେଉଛି ଏକମାତ୍ର ଦଳ ଯେଉଁଠି ଦଳର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଜିଲ୍ଲା ସଭାପତି, ରାଜ୍ୟ ସଭାପତି କିମ୍ବା ଜାତୀୟସ୍ତରରେ ସଭାପତି ହୋଇଥାନ୍ତି। ଅତୀତରେ ଅନେକ ବ୍ୟକ୍ତି ଛୋଟ କାର୍ଯ୍ୟକର୍ତ୍ତାରୁ ଜାତୀୟସ୍ତରରେ ଦଳର ବଡ଼ ବଡ଼ ଦାୟିତ୍ଵ ସମ୍ଭାଳିଛନ୍ତି।

ସେ କହିଛନ୍ତି, ରାଜ୍ୟ ସଭାପତି ଚୟନ ଶେଷ ସୋପାନରେ ଅଛି। ଯେ କୌଣସି ମୂହୁର୍ତ୍ତରେ ଘୋଷଣା ହୋଇ ପାରେ। ଦେଶର ଅନେକ ଆଞ୍ଚଳିକ ଦଳରେ ଜଣେ ବ୍ୟକ୍ତି ସଭାପତି ରହି ଆସିଛନ୍ତି। କିନ୍ତୁ ଆମେ ଜାତୀୟ ଦଳ ହୋଇଥିବାରୁ ଆମ ପ୍ରକ୍ରିୟା ବିଳମ୍ବ ହୁଏ। ଅନ୍ୟ ଦଳର ସଭାପତି ଚୟନ ପୂର୍ବ ନିର୍ଦ୍ଧାରିତ। ତେଣୁ ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ଆମେ କହିବାଟା ଭୁଲ୍ ହେବ।
ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା। ତାଙ୍କର ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ତେବେ ଶାହାଙ୍କ ଗସ୍ତ ପୂର୍ବରୁ ବିଜେପି ରାଜ୍ୟ ସଭାପତି ବିଳମ୍ବ ପ୍ରସଙ୍ଗ ଉପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ ସୂଚନା ଦେଇଛନ୍ତି। ରାଜ୍ୟ ସଭାପତି ଚୟନ ଶେଷ ସୋପାନରେ ଅଛି। ଯେ କୌଣସି ମୂହୁର୍ତ୍ତରେ ଘୋଷଣା ହୋଇ ପାରେ। ରାଜ୍ୟ ସଭାପତି ଚୟନ ସମସ୍ତଙ୍କ ମତାମତ ନେଇ ସହମତ ଭିତ୍ତିରେ ହେବ ବୋଲି ସେ କହିଛନ୍ତି। କରେ। ଶାହ ତାଙ୍କ ସବୁ ଗସ୍ତକାଳରେ ଦଳୀୟ କାର୍ଯ୍ୟକର୍ତ୍ତା, ବିଧାୟକଙ୍କ ସହ ଆଲୋଚନା କରି ଥାଆନ୍ତି। ଓଡ଼ିଶାରେ ଯେହେତୁ ବିଜେପି ସରକାର ତେଣୁ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଏହା ପୂର୍ବରୁ କେନ୍ଦ୍ରର ବରିଷ୍ଠ ନେତୃତ୍ଵ ପରାମର୍ଶ କରି ଯାଇଛନ୍ତି। ସରକାର ଆଉ ସଂଗଠନରେ ଅନେକ କାମ ବାକି ଅଛି। ରାଜ୍ୟ ସଭାପତି ଚୟନଠୁ ନେଇ ନିଗମ ବୋର୍ଡ ପର୍ଯ୍ୟନ୍ତ ଶୀଘ୍ର ଏସବୁର ଘୋଷଣା ହେବ ବୋଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏଥିସହ ସେ ଅନେକ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାର ରାଜ୍ୟ ବିଜେପି ସଭାପତିକୁ ନେଇ ମାନସ ମନ୍ଥନ ଜାରି ରହିଛି। କିଏ ରାଜ୍ୟ ବିଜେପିର ମଙ୍ଗ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ବର୍ତ୍ତମାନ ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଅଛନ୍ତି। ତାଙ୍କ ସଭାପତିତ୍ଵରେ ପ୍ରଥମ ଥର ଓଡ଼ିଶାରେ ନିର୍ବାଚନ ଜିତି ସରକାର ଗଠନ କରିଛି ବିଜେପି। ତେବେ କିଏ ହେବ ରାଜ୍ୟ ବିଜେପିର ସଭାପତି ତାକୁ ନେଇ ସସପେନ୍ସ ଲାଗି ରହିଛି।

Sidha Sambad
Author: Sidha Sambad

Leave a Comment

और पढ़ें