ପଞ୍ଚାୟତ ସମିତି ହଟୋଗଳରେ ଦଶମ ସାଧାରଣ ବୈଠକ ଅନୁଷ୍ଠିତ।

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ବ୍ଲକ (ସିଧା ସମ୍ବାଦ)ସଭାଗୃହରେ ଜନ ପ୍ରତିନିଧି ମାନଙ୍କୁ ନେଇ ପଞ୍ଚାୟତ ସିମିତିର ଦଶମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ୫ ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ରାମେଶ୍ଵର ଶତପଥୀ, ବିଡ଼ିଓ ଅଙ୍କୁର ଅଭିଳାଷ, ଉପାଧ୍ୟକ୍ଷ ଶିଶିର କୁମାର ସାହୁ, କଟକ ଲୋକସଭା ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଜିପିଇଓ ଅନିତ ବଡ଼ସେଟଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ବିଭାଗୀୟ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ଶିକ୍ଷା, ପାନୀୟ ଜଳ, କୃଷି, ବିକଶିତ ଗାଁ ବିକଶିତ ଓଡିଶା, ଅନ୍ତଦୟ ଗୃହ ଯୋଜନା, ରାସନ କାର୍ଡ ଆଦି ବାବଦରେ ସରଗରମ ଆଲୋଚନା ହୋଇଥିଲା। ତେବେ ଉନ୍ନୟନମୂଳକ କାମ ଠପ ନେଇ ଗୃହରେ ସଂଖ୍ୟାଧିକ ସରପଞ୍ଚ ସମିତି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏ ନେଇ ବିଡିଓ ଅଙ୍କୁର ଅଭିଳାଷଙ୍କୁ ଘେରିଥିଲେ। ଏଥିସହିତ ଏ ଦିଗରେ ଉତ୍ତର ରଖିବାକୁ ବାଧ୍ୟ କରିଥିଲେ। ତେବେ ଏ ଦିଗରେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସଂଖ୍ୟାଧିକ ସରପଞ୍ଚ ସମିତି ମାନେ ତଳେ ବସି ପ୍ରତିବାଦ କରିଥିଲେ। ପରେ ବିଡିଓ ଶ୍ରୀ ଅଭିଳାଷ ଏ ଦିଗରେ ହସ୍ତକ୍ଷେପ କରି ବୁଝାସୁଝା କରିବାରେ ସଦସ୍ୟ ମାନେ ଆସନକୁ ଫେରିଥିଲେ ଏବଂ ବୈଠକ ଚାଲିଥିଲା। ସେହିପରି ୩ ବର୍ଷ ହେବ ଷ୍ଟାଣ୍ଡିଂ କମିଟି ଗଠନ ହେଉନଥିବା ନେଇ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଶତପଥୀ ଉଦବେଗ ପ୍ରକାଶ କରିବା ସହ ପ୍ରଶାସନକୁ ଜବାବ ମାଗିଥିଲେ। ବୈଠକରେ ଖଣ୍ଡପଡ଼ା ବ୍ଲକର ପ୍ରଶାସନିକ ଅଧିକାରୀ ମାନଙ୍କ ସହ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ରହିଥିଲେ। ଖଣ୍ଡପଡ଼ା ରୁ ବିଷ୍ଣୁ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ (ସିଧା ସମ୍ବାଦ)ବିଷ୍ଣୁ ପ୍ରସାଦ ମହାନ୍ତି

Sidha Sambad
Author: Sidha Sambad

Leave a Comment

और पढ़ें