ବାରମ୍ବାର ଅଭିଯୋଗ କଲେ ବି ହୋଇନାହିଁ ରାସ୍ତା କାମ ।

👇समाचार सुनने के लिए यहां क्लिक करें

ବାରମ୍ବାର ଅଭିଯୋଗ କଲେ ବି ହୋଇନାହିଁ ରାସ୍ତା କାମ । କାମ ବେଗୁନିଆ ରୁ ଲୋଧାଚୁଆ ଯାଇଥିବା ମୁଗମଣ୍ଡା ମେନ ରୋଡ଼ ସଂକର୍ଷଣ ରାଉତଙ୍କ ଗ୍ରିଲ ଦୋକାନ ଠାରୁ ପୂର୍ବକୁ ପଡ଼ିଥିବା ମାଟି ରାସ୍ତାଟି ମୁଗମଣ୍ଡା ଟାଙ୍ଗୀ ସହି( ନୁଆସାହି ) (ରାମଚଣ୍ଡୀ ଆସ୍ଥାନ ପାଖରେ ଚାରିଛକ ରାସ୍ତା ଅଛି ) ଦେଇ ପୂର୍ବ ପଟକୁ ଯିବା ପାଇଁ ୱାଈ ଭାବେ ଦୁଇ ଭାଗ ହୋଇଛି l ଡାହାଣକୁ କଟିଥିବା ରାସ୍ତା ପୁରୁଣା ସାହି (ଉତ୍ତର ପାଖ) ବାରି ପଟ ଦେଇ ଗାଁ ସ୍କୁଲ ଓ ବାଲୁଙ୍କେଶ୍ୱର ମନ୍ଦିର ଠାରେ ମିଶିଛି l ବାମପଟକୁ କାଟିଥିବା ରାସ୍ତା ଟି ଦୋଳିଆ ସେଠି କୁକୁଡ଼ା ଫାର୍ମ ପାର୍ଶ୍ୱରେ ବିପ୍ର ଚରଣ ଲେଙ୍କାଙ୍କ ଘର ଦେଇ ମୁଗମଣ୍ଡା ଗାଁ ସ୍ମଶାନ ନିକଟରୁ ବୋରିକ ଯାଇଥିବା ପିଚୁ ରାସ୍ତାରେ ମିଶିଛି l ଏହି ରାସ୍ତାଟି ସରକାରୀ ଜମିରେ ଯାଉଥିଲେ ହେଁ କେତେକ ସ୍ୱାର୍ଥ ଲୋଭି ପରିବାରଙ୍କ ଅକ୍ତିଆରରେ ରାସ୍ତାଟି ସଂକୁଭିତ ହେବାଯୋଗୁଁ ରାସ୍ତାଟି ସଂକୁଚିତ ହେବାସହିତ ସମ୍ପୂର୍ଣ୍ଣ ବକ୍ର ହୋଇ ଗଲାଣି l ଏହି ରାସ୍ତାଟି ପୂର୍ବରୁ NRGA ଦ୍ୱାରା ମାଟି କାମ ରାତି ଅଧିଆ ତରବରିଆ ଭାବ ଗୋଦା ଅନୁଯାୟୀ ଜେସିବି ମେସିନ ଦ୍ୱାରା ହୋଇଥିଲା ଯେଉଁଥି ପାଇଁ ରାସ୍ତାଟି ଅଧିକ ଖରାପ ହୋଇଥିଲା ଓ ସଠିକ ଭାବେ ହୋଇ ପାରି ନଥିଲା l ଅନେକଙ୍କ ବିରୋଧ ଯୋଗୁଁ ମେସିନ ଦ୍ୱାରା କାମ ବନ୍ଦ ହେଲା l ସେହି ଦିନଠାରୁ ରାସ୍ତାଟି ଅବ ହେଳିତ ଭାବେ ପଡିରହିଥିବା ବେଳେ ପ୍ରତେକ ଦିନପଥର ବୁହା 407 ଗାଡି ଯାତାୟାତ କରି ଆହୁରି ବଡ ବଡ଼ ଖାଲ କରିଥବା ବେଳେ ବର୍ଷାରେ ରାସ୍ତାଟି ଧୋଇ ହୋଉ ଧୋଡା ଫିଟି ଯାଇଛି l ଅଳ୍ପ ଟିକେବର୍ଷା ହେଲେ ଅବା ଅସରାୟେ ବର୍ଷା ହେଲେ ଖାଲେ ଖାଲେ ପାଣି ଜମିଯାଉଥିବାରୁ ରାସ୍ତାଟିରେ ସମ୍ପୂର୍ଣ୍ଣ ଯାତାୟାତ ଠପ ହୋଇ ଯାଉଛି l
ଗ୍ରାମ ସଭାରେ ଅନେକ ଥର ଉପସ୍ଥାପନ ହୋଇଥିଲେ ମଧ୍ୟ କିଛି କାର୍ଯ୍ୟକ୍ରମ ହୋଇନାହିଁ l ଏ ସଂକ୍ରାନ୍ତରେ ବହୁ ବାର ଖବର କାଗଜ ମାଧ୍ୟ୍ୟମରେ ସରକାର ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ବି ଏଯାବତ ପ୍ରଶାସନିକ ଅଧିକାରୀ କିମ୍ବା ଜନ ପ୍ରତିନିଧି ଙ୍କର ନଜର ନାହିଁ l ତୁରନ୍ତ ବର୍ଷା ଦିନ ପୂର୍ବରୁ ଏହି ରାସ୍ତା କାମ କରିବାକୁ ଗ୍ରାମବାସୀ ଓ ସାଧାରଣରେ ଦାବି ହେଉଛି

Sidha Sambad
Author: Sidha Sambad

Leave a Comment

और पढ़ें