ଧୋବଶିଳା ପଞ୍ଚାୟତ ଜିପିଏଲ୍ଏଫ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମାମଲା।

👇समाचार सुनने के लिए यहां क्लिक करें

ନୀଳଗିରି – ୬/୫, (ସିଧାସମ୍ବାଦ);
ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ଓ କେନ୍ଦ୍ରସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବାବେଳେ ଏନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ୨୫ଗୋଟି ପଞ୍ଚାୟତର ସୟଂସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯାଇଛି। ଏହି କ୍ରମରେ ଛେଳିଚାଷ ପାଇଁ ୨୦୨୩ମସିହା ଜାନୁଆରୀ ୨ତାରିଖରେ ବ୍ଲକର ଧୋବଶିଳା ପଞ୍ଚାୟତ ଜିପିଏଲ୍ଏଫ୍ ର ସଭାପତି ପ୍ରଭାତୀ ସ୍ୱାଇଁ, ସମ୍ପାଦିକା ସୁମିତ୍ରା ସିଂ, ଏମବିକେ ରଶ୍ମିତା ସ ଏବଂ ତତ୍କାଳୀନ ବିପିଏମ ତଥା ବର୍ତ୍ତମାନର ଓଏଲ୍ଏମ ଅଧିକାରୀ ଅର୍ଜୁନ ପାଲ ଫଲ୍ସ ବିଲ୍ କରି ଦୁଇଲକ୍ଷ ପଚାଶ ହଜାର ଟଙ୍କା ନିଜନିଜ ମଧ୍ୟରେ ବାଣ୍ଟି ନେଇଥିଲେ। ପରେ ଏସଂପର୍କରେ ବିଭିନ୍ନ ଏସଏସଜି ମହିଳାମାନେ ଏପରି ଭାବରେ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଜାଣି ଅଭିଯୋଗ କରି ଆସୁଥିଲେ ହେଁ ସଂପୃକ୍ତ ଅଧିକାରୀ, ସଭାପତି, ସମ୍ପାଦକ ଏବଂ ଏମବିକେ ଫାଙ୍କି ଆସୁଥିଲେ। ଶେଷରେ ବାଲେଶ୍ୱର ସାଂସଦଙ୍କ ଠାରେ ଅଭିଯୋଗ ପରେ ଗତ ଏପ୍ରିଲ ୧୯ତାରିଖରେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କ ନିର୍ଦ୍ଦେଶରେ ଏବଂ ମାନ୍ୟବର ସାଂସଦଙ୍କ ଉପସ୍ଥିତିରେ ନୀଳଗିରି ବିଡ଼ିଓ ବିକ୍ରମ କିଶୋର ପରିଡା ଏବଂ ଅନ୍ୟ ଅଧିକାରୀ ଧୋବଶିଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଯାଞ୍ଚ କମିଟି ବସିଥିଲା। ଏଥିରେ ସମସ୍ତ ଜିପିଏଲ୍ଏଫ୍ ସଦସ୍ୟା ଉପସ୍ଥିତ, ସଭାପତି, ସମ୍ପାଦକ, ଏମବିକେ ଏବଂ ବିଭାଗୀୟ ଅଧିକାରୀ ଅର୍ଜୁନ ପାଲ ଉପସ୍ଥିତ ରହିଥିଲେ। ସମସ୍ତଙ୍କ ଉପସ୍ଥିତିରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ସ୍ବୀକାର କରିଥିଲେ ଏବଂ ଲିଖିତ ସ୍ଵିକାରୋକ୍ତି ପ୍ରଦାନ କରିଥିଲେ। ପରେ ବିଡ଼ିଓ ଏନେଇ ସମସ୍ତ ଅର୍ଥ ହଡପକାରୀ ବ୍ୟକ୍ତିଙ୍କୁ ଶୁଣାଣୀ ପାଇଁ ନୋଟିସ କରିଥିଲେ। ଏହି ଶୁଣାଣିରେ ସମସ୍ତ ଇସି ମେମ୍ବର,୯ଜଣ ସିଆରପି, ୨ଜଣ ପ୍ରାଣୀମିତ୍ର, ୨ଜଣ କୃଷିମିତ୍ର ଏବଂ ଜିପିଏଲ୍ଏଫ୍ ର ସଭାପତି, ସମ୍ପାଦକ, ଏମବିକେ ଙ୍କ ସହିତ ଅଧିକାରୀ ଅର୍ଜୁନ ପାଲ ଯୋଗଦେଇଥିଲେ। ଅର୍ଥହଡପ ନେଇ ସମସ୍ତ ପ୍ରମାଣ ମିଳିବା ପରେ ଗତ ମଇ ୩ତାରିଖରେ ବିଡ଼ିଓ ଶ୍ରୀଯୁକ୍ତ ପରିଡା ନୀଳଗିରି ଥାନାରେ ଏତଲା ଦେଇଛନ୍ତି। ଏନେଇ ନୀଳଗିରି ଥାନାରେ ୧୫୯/୨୫ରେ କେଶ ରୁଜୁ ହୋଇଥିବା ବେଳେ ୪୦୬/୪୦୯/୩୪ଦଫାରେ ମାମଲା ରୁଜୁ କରାଯାଇ ତଦନ୍ତ ପାଇଁ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ସବ ଇନ୍ସପେକ୍ଟର ସୁବର୍ଣା ବେହେରାଙ୍କୁ ନିର୍ଦ୍ଦେଶ ଦେବା ସହ ମଗଂଳବାର ପୁର୍ବାହ୍ନରେ ନୀଳଗିରି ବ୍ଲକରେ ପୋଲିସ ପହଞ୍ଚି ତଦନ୍ତ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें