ଝାଡ଼ଖଣ୍ଡି ହାତୀପଲ ଘର ମୁହାଁ | ଆଶ୍ବସ୍ତି ଲାଭ କଲେ ଅଞ୍ଚଳ ବାସୀ |

👇समाचार सुनने के लिए यहां क्लिक करें

ନୀଳଗିରି- ୭ /୫(ସିଧାସମ୍ବାଦ);
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ସାରା ନୀଳଗିରି ଅଞ୍ଚଳରେ ଲୋକମାନେ ଆଉଟୁପାଉଟୁ ହେଉଥିବାବେଳେ ଝାଡ଼ଖଣ୍ଡ ହାତୀପଲ ସୋମବାର ବେତନଟୀ ରେଞ୍ଜଦେଇ ନୀଳଗିରି ସୋନନଦୀ ପାରହୋଇ ଗୋପାଳପୁର ଜଙ୍ଗଲରେ ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ | ଏନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଥିଲେ ।ତେବେ ଆଜି ବନବିଭାଗର ଆପ୍ରଣା ଉଦ୍ୟମ ରେ ଆସିଥିବା ୬୫ଟିକିଆ ହାତୀ ପଲ୍ଲ ଆଜି ପ୍ରତ୍ୟାବର୍ତନ କରି ମଛୁଆ ପଚାୟତ ପାଟଣା ଗ୍ରାମ ପାରି ହେଉଥିବା ନୀଳଗିରି ବନବିଭାଗ ଅଧିକାରୀ ଆଇଶା ଅକ୍ତାର ନିଶା ସୂଚନା ଦେଇଛନ୍ତି | ପ୍ରାପ୍ତ ସୂଚନା ମୁତାବକ ପ୍ରତିବର୍ଷ ଧାନଅମଳ ସମୟରେ ହାତୀପଲ ଆସୁଥିବା ବେଳେ ଚଳିତବର୍ଷ ମଧ୍ୟ ହାତୀ ବନାଞ୍ଚଳରେ ପହଞ୍ଚି କିଛିଦିନ ପରେ ବାହୁଡ଼ି ଯାଇଥିଲେ। ମାତ୍ର ଅଦିନରେ ପ୍ରାୟ ୬୫ ରୁ ଉର୍ଦ୍ଧ୍ବ ହାତୀପଲ ଗ୍ରୀଷ୍ମଋତୁରେ ନୀଳଗିରିକୁ ପ୍ରବେଶ କରିବା ସମସ୍ତଙ୍କୁ ଚକିତ କରିଛି। ବୋଧହୁଏ ଖାଦ୍ୟର ଅଭାବ ପାଇଁ ପୁନର୍ବାର ହାତୀଙ୍କ ଉପସ୍ଥିତି ହୋଇଥାଇପାରେ ବୋଲି ପରିବେଶପ୍ରେମୀ ଆକଳନ କରିଛନ୍ତି। ତେବେ ନୀଳଗିରି ବନବିଭାଗ ହାତୀଙ୍କ ଉପରେ ନଜର ରଖିଥିଲା ବେଳେ ଖାଦ୍ୟ ଅନ୍ଵେଷଣରେ ଗାଁ ମୁହାଁ ହୋଇପାରନ୍ତି ବୋଲି ଆଶା ବ୍ୟକ୍ତ କରାଯାଉଥିଲା | ଧନଜୀବନର ସୁରକ୍ଷା ସହିତ ହାତୀପଲଙ୍କ ସୁରକ୍ଷା ଜଙ୍ଗଲବିଭାଗ ପାଇଁ ପ୍ରାଥମିକତା ରହିଛି। ସର୍ବୋପରି ବର୍ତ୍ତମାନ ଗ୍ରୀଷ୍ମଋତୁ ହୋଇଥିବାରୁ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତକାଟ ଲୋକଙ୍କ ପାଇଁ ପ୍ରମୁଖ ସମସ୍ୟା ଭାବେ ଦେଖାଦେବ। ତେଣୁ ବିଦ୍ୟୁତ୍ ବିଭାଗ ଏବଂ ବନବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।।

Sidha Sambad
Author: Sidha Sambad

Leave a Comment

और पढ़ें