ନାବାଳକ ନିରୁଦିଷ୍ଟ।

👇समाचार सुनने के लिए यहां क्लिक करें

ନୀଳଗିରି -୭/୫(ସିଧାସମ୍ବାଦ); ଦୀର୍ଘ ୭/୮ମାସ ପୂର୍ବରୁ ଜଣେ ନାବାଳକ ନିଖୋଜ ଥିବାବେଳେ ଏପର୍ଯ୍ୟନ୍ତ ତାର କୌଣସି ଖୋଜଖବର ମିଳିନାହିଁ। ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ସାନନୂଆଗାଁ ଗ୍ରାମର ଶିବ ସିଂଙ୍କ ନାବାଳକ ପୁଅ ମିଲୁ ସିଂ(୧୩) ଗତ ୭ରୁ ୮ମାସ ତଳେ ଘରୁ କେଉଁଆଡେ ନିଖୋଜ ହୋଇଯାଇଛି| ବନ୍ଧୁ , ପରିଜନ, ସାଙ୍ଗସାଥୀ ମାନଙ୍କ ଘରେ ଖୋଜାଖୋଜି କରିଥିଲେ ମଧ୍ୟ ତାର କୌଣସି ପତ୍ତା ମିଳିପାରି ନାହିଁ। ତାଙ୍କୁ କେହି ଅପହରଣ କରିଥାଇପାରେ କିମ୍ବା କେଉଁଆଡେ ଚାଲିଯାଇଥାଇ ପାରେ ବୋଲି ଅନୁମାନ କରାଯାଇଛି।ନିରୁପାୟ ହୋଇ ଶେଷରେ ପରିବାର ଲୋକେ ବରହମପୁର ଥାନାରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ ବରହମପୁର ଥାନାରେ ୨୨/୨୫ରେ ମାମଲା ରୁଜୁ କରି ନିଖୋଜ ବାଳକକୁ ଖୋଜୁଥିବା ଜଣାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें