ଏସବିଆଇ ଏଟିଏମ ନିକଟରେ କୃତ୍ରିମ ବନ୍ୟା, ଗ୍ରାହକ ହନ୍ତସନ୍ତ ।

👇समाचार सुनने के लिए यहां क्लिक करें

ନୀଳଗିରି- ୭/୫(ସିଧାସମ୍ବାଦ);
ନୀଳଗିରି କେ.ସି.ହାଇସ୍କୁଲ ନିକଟରେ ଥିବା ଏସବିଆଇ ଏଟିଏମ ସାମ୍ନାରେ ପାଣିଲହଡ଼ି ମାରୁଥିବାରୁ ଗ୍ରାହକ ମାନେ ଟଙ୍କାଉଠାଣ ପାଇଁ ଯାଇପାରୁନଥିବା ବେଳେ ଜନଅସନ୍ତୋଷ ବୃଦ୍ଧିପାଇଛି। ଏହାବ୍ୟତୀତ ସେଠାରେ ଥିବା ୪/୫ଟି ଦୋକାନୀ ମଧ୍ୟ ନାହିଁ ନଥିବାର ଅସୁବିଧା ଭୋଗକରୁଛନ୍ତି।ଏପରିକି ଦୋକାନକୁ ଯିବାପାଇଁ ଗ୍ରାହକ ମଧ୍ୟ ମୁହଁ ଫେରାଉଛନ୍ତି।ମୁଖ୍ୟତଃ ବର୍ଷାପାଣି ନିଷ୍କାସନ ପାଇଁ ସଠିକ୍ ବ୍ୟବସ୍ଥା ନଥିବାରୁ ଉକ୍ତସ୍ଥାନରେ ପାଣିଜମି ରହୁଛି। ଗ୍ରାହକମାନେ ବୁଲିବୁଲି ଏଟିଏମକୁ ଯାଇ ଟଙ୍କା ଉଠାଉଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ଏନ୍ଏସି କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ଟିକସ ଆଦାୟ କରୁଥିବା ବେଳେ ଏଥିପ୍ରତି ନଜର ନଦେବା, ଦୋକାନୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶପାଇଛି।ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି।

Sidha Sambad
Author: Sidha Sambad

Leave a Comment

और पढ़ें