ଚାଚାଜୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ |
ନୀଳଗିରି,୮/୫(ସିଧାସମ୍ବାଦ); ନୀଳଗିରି ବ୍ଳକ ମିତ୍ରପୁର ଚାଚାଜୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ମେଜର ଗୋପାଳଚନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ଶିକ୍ଷକ ଅମରେନ୍ଦ୍ର ନାରାୟଣ ଦାସ, ଡ. କୁମାରଚନ୍ଦ୍ର ମିଶ୍ର, ରାଧାକୃଷ୍ଣ ମହାନ୍ତି, କ୍ଷୀରୋଦ ଚନ୍ଦ୍ର ପରିଡା, ବରିଷ୍ଠ ଛାତ୍ର ଲମ୍ବୋଦର କର, ଚନ୍ଦନ କୁମାର ଷଡ଼ଙ୍ଗୀ, ଡ. ପ୍ରଦୀପ୍ତ କୁମାର ମିଶ୍ର,ପ୍ରତିଭା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭ ରେ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ କରିବାର ପ୍ରତିଶ୍ରୁତି ନେବା ସହ, ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓ ନିଜର ସ୍ମୃତିକୁ ନେଇ ଏକ ସ୍ମରଣିକା ପ୍ରକାଶ ପାଇବବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ପ୍ରତି ଛାତ୍ରଛାତ୍ରୀ ଗୋଟାଏ ଗୋଟାଏ ନିଜସ୍ଵ ଅନୁଭୂତିର ଲେଖାଟିଏ ଦେବାକୁ ବୈଠକରେ ସ୍ଥିର ହୋଇଥିଲା । ପରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ମାନଙ୍କୁ ଜୟନ୍ତୀ ରେ ସମ୍ମାନିତ କରିବା ପାଇଁ ଆଲୋଚନା ହୋଇଥିଲା । ପରବର୍ତ୍ତୀ ସମୟରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ହେବାକୁ ନେଇ ସଭାପତି ଘୋଷଣା କରିଥିଲେ ।




